om academy

୫ ଶହ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ଆଜି ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୫ ଶହ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୪, ବାଲେଶ୍ୱରରୁ ୧୯, ବରଗଡ଼ରୁ ୭, ଭଦ୍ରକରୁ ୪, ବଲାଙ୍ଗିରରୁ ୧୫, କଟକରୁ ୨୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ୭, ଗଜପତିରୁ ୨, ଗଂଜାମରୁ ୭, ଜଗତ୍‌ସିଂହପୁରରୁ ୧୬, ଯାଜପୁରରୁ ୨୦, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧୯, କେଉଁଝରରୁ ୧୯, ଖୋର୍ଦ୍ଧାରୁ ୨୩, ମାଲକାନଗିରିରୁ ୩, କୋରାପୁଟରୁ ୯, ମୟୁରଭଂଜରୁ ୩୨, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୭, ନୂଆପଡ଼ାରୁ ୨୩, ପୁରୀରୁ ୧୩, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୪୧ ଓ ଷ୍ଟେଟ ପୁଲ୍‌ରୁ ୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.