ଶୀତର ପ୍ରକୋପ : ୧୫ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଶୀତର ପ୍ରକୋପରେ ଓଡ଼ିଶା ଥରୁଛି । ଓଡ଼ିଶାର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରକେର୍ଡ କରାଯାଇଥିବା ସୂଚନାରେ କୁହାଯାଇଛି । ସୋନପୁର ସବୁଠୁ ବେଶୀ ଥଣ୍ଡା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିପଡିଥିବା ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଦ୍ୱିତୀୟ ସ୍ଥାନରେ ଅଛିଛି । ଏଠାରେ ତାପମାତ୍ରା ୯.୫ ରେକର୍ଡ ହୋଇଛି । ଅନ୍ୟପଟେ ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩, ଝାରସୁଗୁଡ଼ା ୧୩.୨, ବଲାଙ୍ଗିର ୧୪ ଏବଂ କଟକରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଭୁବନେଶ୍ୱରର ତାପମାତ୍ରା ୧୬.୦ ଡିଗ୍ରୀ ଥିବା କୁହାଯାଇଛି ।

Leave A Reply

Your email address will not be published.