ବେଲଖଣ୍ଡି ଶିବ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ର‌ଦ୍ଧାଳୁଙ୍କ ଭିଡ଼

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ଐତିହାସିକ ବେଲଖଣ୍ଡି ଶିବ ମନ୍ଦିର ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଦୂର ଦୁରନ୍ତରୁ ଲୋକମାନେ ଦର୍ଶନ କରିବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି । ତେବେ ବେଲଖଣ୍ଡି ଶିବ ମନ୍ଦିର ଏକ ପ୍ରାଚୀନ ତଥା ଐତିହାସିକ ଶୈବପୀଠ । ଉତେଇ ଓ ତେଲ ନଦୀ ସଂଯୋଗ ସ୍ଥଳରେ ଏହି ପୀଠ ବିରଜାମାନ । ତେବେ ଏହି ମନରୋନା ଦୃଶ୍ୟକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ଲୋକେ ଆସି ଥାଆନ୍ତି । ତେବେ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନ ଶିବଙ୍କୁ ଦର୍ଶନ କରିବା ଦ୍ଵାରା ନିଜର ମନସ୍କାମନା ପୁରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ କାହିଁ କେତେ ଯୁଗରୁ ବିଶ୍ୱାସ କରିଆସୁଛନ୍ତି । ତେବେ ମହାନ୍‌ ଐତିହ୍ୟ ଓ ପରମ୍ପରାର ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ଏହାକୁ ରାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ । ପୁରାଣ କଥା ଅନୁସାରେ ଏହି ଦିବସରେ ରାଧାକୃଷ୍ଣଙ୍କ ନୃତ୍ୟୋତ୍ସବ ଗୋପୀମାନଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା । ଗୋପୀମାନେ ରାଧାକୃଷ୍ଣଙ୍କ ସାନ୍ନିଧ୍ୟ ପାଇ ଧନ୍ୟ ହୋଇଥିଲେ । ଷୋହଳ ସହସ୍ର ଗୋପନାରୀଙ୍କ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତିର ଦିବସ ଆଜି ।

ତେବେ ଆମର ସମୃଦ୍ଧ ପରମ୍ପରା ଅନୁସାରେ ମଧ୍ୟ ଏହି ପର୍ବ ବିଶେଷ ଗୁରୁତ୍ୱ ବହନ କରେ । ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ଦିବସର ବୈଶିଷ୍ଟ୍ୟ ବିଶେଷ ଭାବରେ ରହିଛି । ବୋଇତ ବନ୍ଦାଣ ଉତ୍ସବ ସାରା ଓଡ଼ିଶାରେ ଘରେ ଘରେ ପାଳିତ ହେଉଥିବାର ଅନୁମିତ ହୁଏ । ଏହି ଦିବସକୁ ଚିରକୁମାର କାର୍ତ୍ତିକେୟଙ୍କ ପୂଜନୋତ୍ସବ ଭାବରେ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଏ ।

ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ନଦୀ କି ପୋଖରୀମାନଙ୍କରେ ବିଶେଷ ଭାବରେ ଭିଡ଼ କରି ନଥିବା ବେଳେ ମନ୍ଦିରମାନଙ୍କୁ ମଧ୍ୟ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ । କିନ୍ତୁ ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଦେଇ ସାରା ରାଜ୍ୟରେ ଘରେ ଘରେ ଏହି ଦିବସ ପାଳିତ ହେଉଛି । ତେବେ ସରକାର କ ରୋନା କଟକଣା ନିୟମ ମାନି ଏହି ବେଲଖଣ୍ଡି ମନ୍ଦିରରେ ଶ୍ର‌ଦ୍ଧାଳୁମାନେ ସାମାଜିକ ଦୂରତା ପାଳନ କରି ପୂଜାର୍ଚ୍ଚନା କରିଥିଲେ ।

Leave A Reply

Your email address will not be published.