csstore

କଂଟାବାଂଜି : ୪ଟି ୱାର୍ଡ କଟେଂନମେଂଟ ଜୋନ୍ ଘୋଷିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କରୋନା ସଂକ୍ରମଣ ଦିନକୁ ଦିନ କଂଟାବାଂଜି ସହରରେ ମଧ୍ୟ ତାର କାୟା ବିସ୍ତାର କରିବାରେ ଲାଗିଛି । ସହରରେ ଅମାନିଆମାନେ ଅବାଧରେ ବୁଲାବୁଲି କରୁଥିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ସୋମବାର ଓ ମଂଗଳବାର ଦିନ ହୁ ହୁ ହୋଇ ବଢିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ପୌରାଂଚଳର ୪ଟି ୱାର୍ଡକୁ କଂଟେନମେଂଟ ଜୋନ୍ ଘୋଷଣା କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେ୍ରଟଙ୍କ ପତ୍ର ସଂଖ୍ୟା ୨୩୧୪ ତା ୪/୦୮/୨୦୨୦ ମତେ ୱାର୍ଡ ନଂ. ୨, ୫, ୧୦ ଓ ୧୧ ଅଂଚଳକୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏପରିକି ମଂଗଳବାର ସଂଧ୍ୟାରେ ସ୍ଥାନୀୟ ପ୍ରଶାସନ ତହସିଲଦାର ତଥା ଏକଜିକୁ୍ୟୁଟିଭ ମାଜିଷ୍ଟେ୍ରଟ ଅଶୋକ କୁମାର ମାଝି, କଂଟାବାଂଜି ପୋଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର, ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର ଉକ୍ତ ୪ଟି ୱାର୍ଡର ମୂଖ୍ୟ ଦ୍ୱାରଗୁଡିକୁ ସିଲ୍ କରିବା ସହିତ ସାନିଟାଇଜ୍ କରିବା ପାଇଁ କଡା ବ୍ୟବସ୍ଥା କରିଛନ୍ତି ।

jayashree
Leave A Reply

Your email address will not be published.