କମାଲ୍ କରିଛନ୍ତି ଶିଶୁ କଳାକାର ବିଶ୍ୱନାଥ ପରିଡା

କଟକ, (କେପିଏନ୍ଏସ୍) : ମଞରୀ ଚ୍ୟାନାଲ୍ ପ୍ରସ୍ତୁତ କରୁଥିବା ‘ବହୁ ଆମର ଏନଆରଆଇ’ ଧାରାବାହିକାରେ ଶିଶୁ କଳାକାର ବିଶ୍ୱନାଥ ପରିଡା ଅଭିନୟ କରିଛନ୍ତି । ଏହି ଧାରାବାହିକାରେ ସେ ଜଣେ ବିଧାୟକର ନାତି ଭାବରେ ଅଭିନୟ କରିଥିବା ବେଳେ ଏବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏହାର ସୁଟିଂକୁ ବନ୍ଦ କରାଯାଇଛି । କରୋନା ସ୍ଥିତିକୁ ଦେଖି ପୁଣି ସୁଟିଂ କାମ ଆରମ୍ଭ କରାଯିବ । ପୁଣି ଅନେକ ଗୁଡିଏ ଜଣାଶୁଣା ଓଡିଆ ଚଲଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି ବିଶ୍ୱନାଥ । ‘ତୁ ମୋ ଡ୍ରିମ୍ ଗାର୍ଲ’, ‘କିଏ ହେବ ମୋ ହିରୋଇନ୍’ ଆଦି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

2 Comments
  1. Sahu says

    Excellent news portal

    1. Koshala Prabaha says

      thanks

Leave A Reply

Your email address will not be published.