csstore

ପେଟ୍ରୋଲ ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ ନଗର କଂଗ୍ରେସ ପକ୍ଷରୁ ସାଇକେଲ ରେଲି

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ଆଜି ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ କଂଗ୍ରେସ କମିଟି ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଇକେଲ ଶୋଭାଯାତ୍ରାରେ ରାମପୁର ଛକରୁ ବାହାରି ପାଟଣାଗଡ଼ ବ୍ଳକ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏଥିରେ ପିସିସି ସଭ୍ୟ ଅନିଲ କୁମାର ମେହେର, ସିଦ୍ଧାର୍ଥ ମିଶ୍ର, ନଗର କଂଗ୍ରେସ ସଭାପତି ଜୟକୃଷ୍ଣ ମେହେର, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ବିଦ୍ୟା ମେହେର, ଅରୁ ମେହେର, ପ୍ରକାଶ ପଟ୍ଟନାୟକ, ସତ୍ୟନାରାୟଣ ବକୁଲ, ପ୍ରେମା ସେଠ, ଆଦି ପାତ୍ର, ତରୁଣ ବନଛୋର, ଯୁଧିଷ୍ଠିର ମେହେର ସହ ବହୁ କଂଗ୍ରେସ କର୍ମୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.