pakka

ସଇଁନ୍ତଲା-ଟିଟିଲାଗଡ଼ ଲାଂଥ ନଦୀ ବ୍ରିଜ ଭିତ୍ତିପ୍ରସ୍ତର ସ୍ଥାପନ କଲା କିଏ ? ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ରାଜନୀତି କରୁଛି – କଂଗ୍ରେସ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ଗାଁ ଠୁ ସହର ଏବେ ନେତା ମନ୍ତ୍ରୀଙ୍କ ପଡୁଛି ପାଦ । ନିର୍ବାଚନକୁ ନେଇ ଜୋର ସୋରେ ରାଜନୀତି ଆରମ୍ଭ ମଧ୍ୟ ହେଲାଣି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା-ଟିଟିଲାଗଡ଼ ରୋଡ଼ ଲାଂଥ ନଦୀ ବ୍ରିଜର ଭିତ୍ତି ପ୍ରସ୍ତରକୁ ନେଇ ଏବେ ଅନେକ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ରିଜକୁ ଗତ ୨୨/୧/୨୧ ମସିହାରେ ଭିତ୍ତି ପ୍ରସ୍ତର କରୁଛନ୍ତି ବୋଲି ଉଲ୍ଲେଖ ରହିଛି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଉପସ୍ଥିତ କେମିତି ହେଲା ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅନେକ ଚର୍ଚ୍ଚା ଓ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ଦଳ ଏଭଳି ରାଜନୀତି କରୁଛି ବୋଲି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ କହିଛନ୍ତି । ହେଲେ ବାସ୍ତବରେ ଏହି ବ୍ରିଜ ନିର୍ମାଣ ହେବ କି ପଞ୍ଚାୟତ ନିର୍ବାଚନକୁ ନେଇ ଏଭଳି ରାଜନୀତି କରାଯାଉଛି ତାହାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି । ସୂଚନା ମତେ ଓଡ଼ିଶାର ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବାଦୀପଡ଼ା ବ୍ରିଜକୁ ମଧ୍ୟ ଶିଳାନ୍ୟାସ କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ତେବେ ଏଭଳି ବ୍ରିଜ ଗୁଡ଼ିକ କେବେ ସମ୍ପୂର୍ଣ୍ଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

16 + 1 =