csstore

୫୭ ବର୍ଷ ବୟସରେ ଆଖି ବୁଜିଲେ ସିଆଇଡି ଧାରାବାହିକର ଅଭିନେତା ‘ଫ୍ରେଡରିକ୍ସ’

ମୁମ୍ବାଇ : ସୋନି ଟିଭିର ଲୋକପ୍ରିୟ କ୍ରାଇମ୍‌ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି । ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ୧୨.୮ଟାରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ମଲ୍ଟି ଅର୍ଗାନ୍‌ ଫେଲ୍ୟୁୟର୍‌ ପାଇଁ ୫୭ ବର୍ଷୀୟ ଦୀନେଶ ଫଡନିସଙ୍କର ମୃତ୍ୟୁ ହୋଇଛି । ସିଆଇଡିରେ ଦୟା ଚରିତ୍ରରେ ଅଭିନୟ କରିଥିବା ତଥା ଦୀନେଶ ଫଡନିସଙ୍କର ଅତି ଘନିଷ୍ଠ ବନ୍ଧୁ ଥିବା ଦୟାନନ୍ଦ ଶେଟ୍ଟୀ କହିଛନ୍ତି ଯେ ଦୀନେଶ ଯକୃତ, ହୃତପିଣ୍ଡ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ ଏବଂ ତାଙ୍କର ଜଟିଳତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଦୀନେଶ ଫଡନିସଙ୍କୁ ୩୦ ନଭେମ୍ବରରୁ କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

jayashree
Leave A Reply

Your email address will not be published.