csstore

ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଭବଃ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଭବଃ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଡ଼ା. ସୁମିତ ନାୟକ, ଡ଼ା. ଗିତାଜଂଳୀ ସାହୁ, ଡ଼ା. ତରୁଣ କୁମାର ଭୋଇଙ୍କ ସହ ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୁଚିମନ୍ତା ନାୟକ, ନିଳିମା ଭୋଇ, ପ୍ରବୀର ମେହେର ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିବା ସମସ୍ତଙ୍କୁ ରକ୍ତ ଚାପ, ରକ୍ତ ସର୍କରା, ଟିବି ଓ ସିକ୍‌ଲିନ୍‌ ପରୀକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ ଏବଂ ମୃତ୍ୟୁ ପରେ ଚକ୍ଷୁଦାନ ଓ ଅଙ୍ଗଦାନ କରିବା ପାଇଁ ସଚେତନ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ଅନେକ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.