csstore

ଘୋରଡ଼ିଆ ବଜାରରୁ ଚୋରି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡ଼ିଆ ପୋଲିସ ସହାୟତା କେନ୍ଦ୍ରଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ସୁଶାନ୍ତ କୁମାର ପଉଦାରଙ୍କ ସାଇ ଜୁଏଲାରୀ ଦୋକାନରୁ ଗତ କାଲି ରାତିରେ କେହି ଦୁର୍ବୁତ୍ତ ସଟର କାଟି ଏବଂ ତାଲା ଭାଙ୍ଗି ସୁନା ରୁପା ଅଳଙ୍କାର ଚୋରି ହୋଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଏଥିସହିତ ଦେବରାଜ ବିଶ୍ଵାଳ, କ୍ଷେତ୍ରବାସୀ ବରାଳଙ୍କ ସରକାରୀ ଖୁଚୁରା ଦୋକାନ, ପ୍ରହଲ୍ଲାଦ ବଳିୟାରସିଂହ ଦୋକାନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୂର୍ବରୁ ସାଇ ଜୁଏଲାରୀ ଦୋକାନରୁ ଦୁଇ ଦୁଇ ଥର ଚୋରି ହୋଇଥିଲେ । ମଧ୍ୟ ଦୁର୍ବୁତ୍ତକୁ ପୋଲିସ ଧରିବାରେ ବିଫଳ ହୋଇଛି । ପୋଲିସ ପେଟ୍ରୋଲିଙ୍ଗ ଠିକ ହେଉନଥିବାରୁ ବାରମ୍ବାର ବଜାରରୁ ଚୋରି ହେଉଥିବା ସର୍ବସାଧାରଣରେ ଅଭିଯୋଗ ହେଉଛି ।

jayashree
Leave A Reply

Your email address will not be published.