pakka

ଟାୟାର ଦୋକାନରୁ ତିନି ଲକ୍ଷରୁ ଅଧିକ ଟଙ୍କାର ଟାୟାର ଚୋରି ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାୟାର ଦୋକାନରୁ ତିନି ଲକ୍ଷରୁ ଅଧିକ ଟଙ୍କାର ଟାୟାର ଚୋରି ଅଭିଯୋଗ ହୋଇଛି । ବଲାଙ୍ଗିର ସହରର ପିପି.ଏକଡେମୀ ଛକ ପାଖରେ ଥିବା ଏକ ଟାୟାର ଓ ବ୍ୟାଟେରୀ ଦୋକାନରେ ଗତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସବୁ ଦିନ ପରି ଦୋକାନର ଷ୍ଟାଫ୍ ଚାବି ନେଇ ଦୋକାନ ଖୋଲିବାକୁ ଆସିବା ବେଳେ ଦେଖିବାକୁ ପାଇଲେ, ତାଲା ନାହିଁ, ଖାଲି ସଟର ବନ୍ଦ ଅଛି । ସଙ୍ଗେ ସଙ୍ଗେ ଫୋନ୍ କରି ମାଲିକଙ୍କୁ ଏସବୁ ବିଷୟରେ ଜଣାଇବା ପରେ ମାଲିକ ସତ୍ୟଜିତ୍ ପାଣିଗ୍ରାହୀ ପହଂଚି ଦୋକାନ ଚୋରି ହୋଇଥିବା ସନ୍ଦେହ କରିଥିଲେ ଓ ଦୋକାନ ଖୋଲିବା ବେଳକୁ ସତକୁ ସତ ଚୋରି ହୋଇଥିବା ଜାଣିବାକୁ ପାଇଲେ । ଦୋକାନ ମାଲିକ ତୁରନ୍ତ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଏସ୍‌ଡ଼ିପିଓ ତୋଫାନ୍ ବାଗଙ୍କ ସହ ଟାଉନ ପୋଲିସ ଓ ସାଇନ୍‌ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

1 + 3 =