
ଭୁବନେଶ୍ୱର : କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପ୍ରକାଶ କରିଛି । ଅନ୍ଲାଇନ୍ ଆପ୍ଲିକେସନ୍ ଫର୍ମ www.samsodisha.gov.inରେ ଉପଲବ୍ଧ ହେବାକୁ ଥିବା ବେଳେ ଅଗଷ୍ଟ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବ୍ସାଇଟ୍କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ଅନ୍ଲାଇନ୍ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୪ । ଯେଉଁ ୟୁଜି ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ବାହାରି ନଥିବ, ସେମାନେ ବି ଆବେଦନ କରିପାରିବେ । ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ । ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହେବ । ଏହା ସେପ୍ଟେମ୍ବର ୩ ତାରିଖ ପର୍ୟ୍ୟନ୍ତ ଚାଲିବ। କେବଳ ସେପ୍ଟେମ୍ବର ୨୭ ଓ ୨୯ ତାରିଖରେ ପରୀକ୍ଷା ହେବ ନାହିଁ । ଅକ୍ଟୋବର ୧୨ ତାରିଖରେ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ ।