csstore

ବ୍ଲକ ସମ୍ମୁଖରୁ ବାଇକ୍‌ ଚୋରି : ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବିଗତ କିଛି ଦିନ ଧରି ଭଦ୍ରକ ସହରରେ ଚୋରି ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଚରମ୍ପା ଅଂଚଳରେ ସିରିଜ ଚୋରି ହୋଇଥିବା ବେଳେ ଆଜି ଭଦ୍ରକ ବ୍ଲକ ସମ୍ମୁଖରେ ଏକ ବାଇକ୍‌କୁ ୨ ଚୋର ଅତି ଚତୁରତାର ସହ ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି ବାଇକ୍‌ ମାଲିକ । ସୂଚନା ମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନାଧୀନ କଲେଇ ପଂଚାୟତ ଚୁନିଦା ଗ୍ରାମର ଭାସ୍କର ସାହୁ ନାମକ ଯୁବକ ୱାର୍ଡ ସଭ୍ୟ ହୋଇଥିବା ହେତୁ ପ୍ରଶାସନ ତରଫରୁ ଆୟୋଜିତ ହେଉଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଭଦ୍ରକ ବ୍ଲକକୁ ତ୍ରିରଙ୍ଗା ପତାକା ନେବାକୁ ଆସିଥିଲେ । ବ୍ଲକ ସମ୍ମୁଖରେ ନିଜର ବାଇକ୍‌ ରଖି ଉପର ମହଲାକୁ ପତାକା ଆଣିବା ପାଇଁ ଯାେଇଥିଲେ । ପତାକା ଆଣି ତଳକୁ ଆସି ଦେଖନ୍ତିତ ବାଇକଟିକୁ ଯେଉଁ ସ୍ଥାନରେ ରଖିଥିଲେ ସେଠାରେ ନାହିଁ । ତେଣୁ ଭାସ୍କର ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନଥିଲେ । ତେବେ ଶେଷରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇବା ପରେ ବିଡ଼ିଓ ମଧ୍ୟ ସିସିଟିଭ ଫୁଟେଜ୍‌ ଯାଞ୍ଚ କରିଥିଲେ ଏବଂ ଭିଡ଼ିଓରେ ଜଣାପଡିଥିଲା କି ୨ ଜଣ ଦୁର୍ବୃର୍ତ୍ତ ଏକ ଲାଲ ରଙ୍ଗର ବାଇକ୍‌ରେ ଆସିଥିଲେ । ଜଣେ ଓହ୍ଲାଇ ଭାସ୍କରଙ୍କ ବାଇକର ଚାବି ଖୋଲି ବାଇକ୍‌ଟିକୁ ନେଇଯାଉଛନ୍ତି । ସିସିଟିଭି ଫୁଟେଜ୍‌ ସହ ଭାସ୍କର ଭଦ୍ରକ ସହରାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.