pakka

ମୁରଶୁଣ୍ଢି ସେବା ସମବାୟ ସମିତିରୁ ଚୋରି ଅଭିଯୋଗ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଢି ପଂଚାୟତର ସେବା ସମବାୟ ସମିତିର ତାଲା ଭାଂଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୧୩/୩/୨୦୨୩ ସୋମବାର ସକାଳୁ ସେବା ସମବାୟ ସମିତିର ଗେଟର ତାଲା ଭଂଗା ଯାଇଥିବା ଦେଖିବାକୁ ମିଳିବା ସଂଗେ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀ ଗୃହର ତାଲା ଭଂଗା ଯାଇଥିବା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଛତ୍ରି ପ୍ରକାଶ କରିଛନ୍ତି । ସେବା ସମବାୟ ସମିତିର ଗେଟ ତାଲା ସଂଗେ ଅଫିସ ଗୃହର ତାଲା ଭାଂଗି ସିସିଟିଭି ହାର୍ଡଡିସ୍କ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ବିଷୟରେ ସାଲେଭଟା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଚଳାଇଛନ୍ତି । ତଦନ୍ତ ପରେ ପ୍ରକୃତ ଚୋରି ଘଟଣା ବିଷୟରେ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତ କିଛିମାସ ପୂର୍ବେ ମୁରଶୁଣ୍ଢି ପଂଚାୟତ ଅଫିସ ଗୋଦାମ ଘରୁ ତାଲା ଭାଂଗି ପିଡିଏସ୍‌ ଚାଉଳ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବ ଚୋରି ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ପୁଣି ଉକ୍ତ ଚୋରି ଘଟଣା ଲୋକଙ୍କ ମନରେ ଭୟଜାତ କରୁଥିବା ନେଇ ଲୋକେ ପ୍ରକାଶ କରନ୍ତି ।

Leave A Reply

Your email address will not be published.

16 + two =