jayashree

ସେକ୍ଟର ୩ ଥାନା ଅଞ୍ଚଳରେ ଚୋରି

  • ରାତ୍ରି କାଳୀନ ପେଟ୍ରୋଲିଂ ଢିଲାପଣ ଯୋଗୁଁ ଚୋରି ବୃଦ୍ଧି

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ସମ୍ପ୍ରତ୍ତି ପୁଲିସର ରାତ୍ରି କାଳୀନ ପେଟ୍ରୋଲିଂର ଢିଲାପଣ ଯୋଗୁଁ ଚୋରି ବୃଦ୍ଧି ପାଉଛି ବୋଲି ସହରରେ ଚର୍ଚ୍ଚା ଧରିଛି । ସେକ୍ଟର ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ପୁଲିସ କେତେକାଂଶରେ ସଫଳତା ପାଇଥିଲା ବେଳେ ବହୁ ସ୍ଥାନରେ ସଫଳତା ନଗଣ୍ୟ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସେକ୍ଟର ୩ ଥାନା ଅନ୍ତର୍ଗତ ତାରିଣୀ ମନ୍ଦିର ପାଖ ବାସନ୍ତୀ ପୂଜା ପଡ଼ିଆ ନିକଟରେ ଥିବା ଅଶୋକ ବଳଙ୍କ ଦୋକାନରୁ ଗତକାଲି ରାତିରେ କୌଣସି ଦୁର୍ବୃତ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗି ମ୍ୟାଗି, ଚକୋଲେଟ୍, ଅମୂଲ୍ୟା, କୋଲଡିଙ୍କ୍ସ, ସିଗାରେଟ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପ୍ରାୟ ୧୫ ହଜାର ଟଙ୍କାର ସାମଗ୍ରୀ ଚୋରି କରିବା ସହ ଦୋକାନରେ ଥିବା ଆଇସକ୍ରିମ, ପନୀର, କେକ୍ ଖାଇବା ଓ ଦୋକାନରେ ଥିବା ପ୍ରାୟ ସାଢେ଼ ୪ ହଜାର ଟଙ୍କା ଚୋରି କରିନେଇଥିବା ସେକ୍ଟର ୩ ଥାନାରେ ଅଭିଯୋଗ କରାଯାଇଛି । ଗତକାଲି ରାତିରେ ବର୍ଷାର ସୁଯୋଗ ନେଇ ଚୋରି ହୋଇଥିବା ଜଣାପଡିଛି । ତେବେ ଗତକାଲି ରାତିରେ ଭୀଷଣ ବର୍ଷା ଯୋଗୁଁ ବର୍ଷାପାଣି ପଶି ବହୁ ଜିନିଷ ନଷ୍ଟ ହୋଇଥିବା ଜଣାପଡିଛି । ଗତକିଛି ମାସ ହେଲା ସେକ୍ଟର ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବାରୁ ଏନେଇ ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.