jayashree

ବ୍ଲକସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ସହ ସାଂସ୍କୃତିକ ଭରା କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁବାର ସମାହିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ତିନିଦିନିଆ ଲକ୍ଷପତି ଦିଦି ବିକାଶ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ରିକାପଲ୍ଲୀ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ୩ ଦିନିଆ ‘ଲକ୍ଷପତି ଦିଦି’ କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟରେ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ଛତ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୫ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ । ମିଶନ ଶକ୍ତି ମହିଳାମାନେ ନିଜସ୍ୱ ଉତ୍ପାଦରେ ତିଆରି ସ୍ୱାଦିଷ୍ଟ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ ସାଂଗକୁ ବିକ୍ରି ବଟା ମସଲା, ତେଲ, ଲୁଣ, ଆଚାର ପାମ୍ପଡ ବଡ଼ି ଆଦି ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା । ଛତ୍ରପୁର ବ୍ଲକର ମହିଳା ଓ ସମ୍ୱନିତ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ପ୍ରଣମିତା ପଣ୍ଡାଙ୍କ ସୁପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଏଥିରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ବ୍ଲକ୍ ପ୍ରକଳ୍ପ ମିଶନ ଶକ୍ତି ବିଭାଗ ର ସଂଯୋଜିକା ସୀତା ବରାଳ ସଭା ପରିଚାଳନା କରି ‘ଲକ୍ଷପତି ଦିଦି’ ଯୋଜନାର ମୂଳ ଉଦ୍ଦେଶ୍ୟ, ମହିଳା ସଶକ୍ତିକରଣ ଏବଂ ସ୍ୱରୋଜଗାରର ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଉଦଯାପନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ସମ୍ପଦ ବିକାଶ ଉପନିର୍ଦ୍ଦେଶକ ଡ଼ଃ. ମାନସ ଚାନ୍ଦ, ଡ଼ଃ. ଆଶୁତୋଷ ମିଶ୍ର, ବିପୁଳିିଙ୍ଗି ସରପଞ୍ଚ ହୀନ ସେଠୀ, ବଡ଼ମାଧୁପୁର ସରପଞ୍ଚ ଅର୍ଚ୍ଚନା ସେଠୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦାନ କରିଥିଲେ । ସର୍ବୋପରି ଏହି ଉତ୍ସବରେ ପଶୁ ସମ୍ପଦ ବିଭାଗ ଅଧିକାରୀ, ବିଭିନ୍ନ ପଂଚାୟତ ସରପଞ୍ଚ, ଛତ୍ରପୁର ବ୍ଲକସ୍ତରୀୟ ମହାସଂଘର କର୍ମକର୍ତ୍ତା, ବିପିଏ, ଉଆଇପି, ବିଏଲସି, ସୁପରଭାଇଜର ସମେତ ବିଭିନ୍ନ ପଞ୍ଚାୟତର ଏମବିକେ, ସିଆରପି, ବ୍ୟାଙ୍କ୍ ମିତ୍ର, କୃଷି ମିତ୍ର, ପ୍ରାଣୀମିତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.