pakka

ଦୃଢ଼ ଇଛା ଶକ୍ତି ଓ ପ୍ରୟାସ ଆଗରେ ହାର ମାନିଲା ସଫଳତା : ଓଡିଶା ପ୍ରଶାସନିକ ସେବାରେ ଉତ୍ତୀଣ୍ଣ ହେଲେ ଚିତ୍ତରଂଜନ ମଲ୍ଲିକ

bbehera

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଯେତେବେଳେ ଗ୍ରାଜୁଏସନ କରିବା ପାଇଁ ରେଳ ଯୋଗେ ରାୟଗଡା ଯାତ୍ରା କରୁଥିଲେ, ସେ ସମୟରେ ସମାଜର ଅବହେଳିତ ବର୍ଗଙ୍କ ଅବସ୍ଥା ଦେଖି ମନରେ ଏକ ଭାବନା ଜାତ ହୋଇଥିଲା । ସେମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେଥିପାଇଁ ମନ ବ୍ୟଗ୍ର ହୋଇ ଉଠିଥିଲା ଏବଂ ସେ ସମୟରେ ଜଣେ ବିଡ଼ିଓ ହେବାର ସ୍ୱପ୍ନ ମନ ଭିତରେ କ୍ଷଣିକ ପାଇଁ ଉନ୍ମାଦନା ସୃଷ୍ଟି କରିଥିଲା । ଯାହାକି ଆଜି ଶତ ପ୍ରତିଶତ ଫଳପ୍ରଦ ହୋଇ ଓଡିଶା ପ୍ରଶାସନିକ ସେବା ଭଳି ମର୍ଯ୍ୟାଦା ସମ୍ପର୍ଣ୍ଣ ପରୀକ୍ଷାରେ ସଫଳତା ପାଇ ଲୋଇସିଂହା ବ୍ଲକ ସମେତ ସାରା ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଚିତ୍ତରଂଜନ ମଲ୍ଲିକ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଛତାବହ।ଲ ଗ୍ରାମରେ ଜନ୍ମିତ ଚିତ୍ତରଂଜନ ପିଲାଟି ଦିନରୁ ଉଚ୍ଚ ମନ ଥିଲେ । ବଲାଙ୍ଗିର କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ଷଷ୍ଠରୁ ଯୁକ୍ତ ୨ ପର୍ଯ୍ୟନ୍ତ ବେଲପଡା ସ୍ଥିତ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ବିଏସସି /ଟେକ୍ନୋଲୋଜିରେ ଗ୍ରାଜୁଏସନ କରିବା ପାଇଁ ରାୟଗଡା ସ୍ଥିତ ମିଟସରେ ୩ ବର୍ଷ ଅଧ୍ୟୟନ କରି ୨୦୧୭ରେ ଜଣେ ବିଏସସି ଗ୍ରାଜୁଏଟ ହୋଇଥିଲେ । ଗ୍ରାଜୁଏସନ ସମାପ୍ତ ପରେ ନିଜର ଭାବନାକୁ ସଫଳ କରିବା ପାଇଁ ୨୦୧୭ ଓ ୧୨୦୧୮ରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଭାଗ ନେଇ ସଫଳତାରୁ ସାମାନ୍ୟ ପଛରେ ରହିଲେ । ତଥାପି ନିଜର ଦୃଢ଼ ଇଛା ଶକ୍ତି ଯୋଗୁ ସଫଳତା ପାଇବା ପାଇଁ ତୃତୀୟ ଥର ପାଇଁ ୨୦୧୯ରେ ପୁଣି ପ୍ରୀଲିମିନାରୀ, ୨୦୨୦ରେ ମେନ ଓ ୨୦୨୧ରେ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାରା ରାଜ୍ୟରେ ୧୪୯ ରେଙ୍କରେ ରହିବ ସହ ବଲାଙ୍ଗିର ପାଇଁ ଗୌରବ ଆଣିଥିଲେ । ଦ୍ଵିତୀୟ ଥର ମଧ୍ୟ ସଫଳତା ଠାରୁ ଦୂରେଇ ଥିଲେ ମଧ୍ୟ ନିଜର ସଫଳତାର ପ୍ରୟାସ ଜାରି ରଖି ଦୈନିକ ୧୦ରୁ ୧୨ ଘଣ୍ଟା ପାଠ ପଢ଼ୁଥିବା କହିଛନ୍ତି ଚିତ୍ତରଂଜନ । ଜଣେ ମୁଖ୍ୟ ଡାକ ମାଷ୍ଟରରୁ ଅବସର ନେଇଥିବା ବାପା ପିତାମ୍ବର ମଲ୍ଲିକ ଓ ମା’ କୁମୁଦିନୀ ମଲ୍ଲିକ ପ୍ରେରଣା ସବୁବେଳେ ରହିଥିଲା । ଲକ୍ଷ ସ୍ଥଳକୁ ପହଂଚିବା ପାଇଁ ନିରନ୍ତର ପ୍ରୟାସ ଅ।ବଶ୍ୟକ ବୋଲି ବାପା କହନ୍ତି ବୋଲି ଚିତ୍ତରଂଜନ କହନ୍ତି । ଏହାସହିତ ସାନ ଭାଇ ସୌମ୍ୟରଂଜନ ଓ ସାନ ଭଉଣୀ ଦିବ୍ୟଶ୍ରୀ ସବୁବେଳେ ଉତ୍ସାହିତ କରିଥାନ୍ତି । କ୍ରିକେଟ ଖେଳ ଓ ଟ୍ରାଭେଳିଙ୍ଗ ପ୍ରତି ଅଧିକ ରୁଚି ରଖିଥିବା ଚିତ୍ତରଂଜନ ଅଧ୍ୟୟନ ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ରଖିଥିଲେ । ତେବେ ଏହି ସଫଳତା ପାଇଲା ପରେ ସେ ଖୁସି ବ୍ୟକ୍ତ କରିବା ସହ ଆମ ଅଞ୍ଚଳରେ ବହୁତ ମେଧାବୀ ଅଛନ୍ତି କେବଳ ପ୍ରୟାଦ ଜାରି ରହିଲେ ଅଧିକ ସଫଳତା ମିଳିବ ବୋଲି କହିଛନ୍ତି ।

Leave A Reply

Your email address will not be published.

seven + 8 =