pakka

ଦଶହରା ଉପଲକ୍ଷେ କୋଶଲୀ ଚଳଚ୍ଚିତ୍ର ‘ସୁଖର ଘରେ ଦୁଃଖର ଝରିଆ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ଘ.୫ ସମୟରେ ଯାଦବ ଭବନ ବଲାଙ୍ଗିର ଠାରେ ଦଶହରା ଉପଲକ୍ଷେ ଏକ ସଚେତନ ଧର୍ମୀ କୋସଲି କ୍ଷୁଦ୍ର ଚଳଚ୍ଚିତ୍ର “ସୁଖର ଘରେ ଦୁଃଖର ଝରିଆ”ର ଉନ୍ମୋଚନ ହୋଇଯାଇଛି । ଆଜିର ଏହି ଉନ୍ମୋଚନ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଅଶୋକ ମିଶ୍ର, ହିମାଂଶୁ ଖମାରୀ, ନବିନ କୁଅଁର, ବେବି ବେହେରା ମଞ୍ଚାସୀନ ଥିବା ବେଳେ ବିନୋଦ କାଲସାଏ ସଭା ପରିଚାଳନା କରିଥିଲେ । ଏହି ଅବସରରେ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଦୀଲିପ ଦିପ । ସମାଜରେ ଆଜିକାଲି ଯେଉଁ ଭାବରେ ଘଟଣା ଦୁର୍ଘଟଣା ଘଟୁଛି ତାହକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । କେଉଁ ଭଳି ଭାବରେ ଶିଶୁମାନେ ମୋବାଇଲର ବସବର୍ତ୍ତୀ ହୋଇ ଦୂରୁପଯୋଗ କରୁଛନ୍ତି ତାହାର ପରିଣାମ କଣ ହେଉଛି ଏବଂ ଚାଷୀମାନଙ୍କ ସ୍ଥିତି ଅବସ୍ଥିତିକୁ ନେଇ ତିଆରି ହୋଇଛି । ଏଥିରେ ଅଭିନୟ କରିଛନ୍ତି ନବୀନ ବେହେରା, ବେବି ବେହେରା, ଅଶୋକ ଦୀପ, ସୁନାଧର ବଘାର, ସୁନାକର ଠେଲା, ଶିଶୁ କଳାକାର ଭାବେ ଗୁଲସନ, ରୁପେଶ ଏବଂ ମୌସମ । ସଂଗୀତ ସଜାଇଛନ୍ତି ଦିଲିପ ଦୀପ ଓ ନିସାର, କଣ୍ଠ ଆରାଧାନା ତ୍ରିପାଠି, କ୍ୟାମେରା ଓ ସମ୍ପାଦନା କରିଛନ୍ତି କ୍ରର୍ତ୍ତୀ ଚନ୍ଦ୍ର ଗହିର, କାହାଣୀ ଓ ପ୍ରଯୋଜନା ନବିନ ବେହେରା କରିଥିବା ବେଳେ ନିର୍ଦ୍ଦେଶନା ଦେଇଚନ୍ତି ରାଜେନ୍ଦ୍ର ମଲ୍ଲିକ ।

Leave A Reply

Your email address will not be published.

two × two =