pakka

ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅନିଶ୍ଚିତତା ଧାରଣା ୩୦ଦିନରେ ପହଞ୍ଚିଲା : ଧାରଣାକୁ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡ଼ିଶା ପକ୍ଷରୁ ଚଳିତ ସେପ୍ଟେମ୍ବର ମାସ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳୀନ ଧାରଣା ଗୁରୁବାର ଦିନ ୩୦ଦିନ ଅର୍ଥାତ୍ ଗୋଟିଏ ମାସରେ ପହଞ୍ଚିଛି । ଏହାସତ୍ତ୍ୱେ କୌଣସି ପ୍ରଶାସନିକ ପ୍ରତିଶ୍ରୁତି ତଥା ଚିନିକଳ କାର୍ଯ୍ୟକ୍ଷମ ଓ ଧାରଣା ବିଷୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଚିନିକଳ ମହାପ୍ରବନ୍ଧକଙ୍କ ନିକଟରୁ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ତଥାପି ଏହି ଧାରଣାଟି ଜାରି ରହିବ ବୋଲି ଭିଆଇପିର ଅଧ୍ୟକ୍ଷ ଡ଼. ବିପିନ କୁଶଲିଆ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଦେଓଗାଁର ବିଜୟାନନ୍ଦ ଚିନିକଳ କାଯ୍ୟଁକ୍ଷମ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଦାବୀପତ୍ର ପ୍ରଦାନ କରିଛନ୍ତି । ଏହା ସହ ନିକଟରେ ଦେଓଗାଁ ବ୍ଲକରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସରକାର ଖୁବ୍ ଶୀଘ୍ର ଚିନିକଳକୁ କାର୍ଯ୍ୟକ୍ଷମ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

12 + 7 =