csstore

ଏକ୍ସନ କମିଟିର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ସୈନିକ ଭବନ ଠାରେ କୋଶଳାଞ୍ଚଳର ଗଣପର୍ବ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଶଳାଞ୍ଚଳର ଗଣପର୍ବ ନୂଆଁଖାଇ ଭେଟ୍‌ଘାଟ୍‌ ବଲାଙ୍ଗିର ଏକ୍ସନ କମିଟିର ବରିଷ୍ଠ ସଦସ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଇଷ୍ଟଦେବୀ ମା’ ସମଲେଶ୍ୱରୀ ଓ ମା’ ପାଟଣେଶ୍ୱରୀଙ୍କୁ ପୂଜା କରାଯାଇ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟମାନେ ବିଗତ ଦିନର ଆନ୍ଦୋଳନ ବିଷୟରେ ସମୀକ୍ଷା ଓ ସଫଳତା ଉପରେ ମତ ରଖିଥିଲେ । ଆଗାମୀ ଦିନରେ କିଭଳି ବଲାଙ୍ଗିରର ହକ୍‌ ଓ ଦାବୀ ପାଇଁ ସରକାରଙ୍କ ପାଖରେ ଦାବୀ ରଖି ଦାବୀ ହାସଲ କରିବା ସହିତ ଲଢେଇ କରାଯିବ ତାହାର ସବିଶେଷ ଆଲୋଚନା କରାଯାଇଥିଲା । ଏହି ଅବସରରେ ଟେଣ୍ଟ ସେବା ଯୋଗାଉଥିବା ପ୍ରେମଜିତ କୁମାରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ବିକ୍ରମାନନ୍ଦ ବହିଦାର, ମଗନ ଅଗ୍ରୱାଲ, ପ୍ରତାପ ରଥ, ଗୋପାଳଜୀ ପାଣିଗ୍ରାହୀ ମଞ୍ଚାସିନ ଥିବା ବେଳେ ଯୁବ ସଭାପତି ବିନୋଦ କାଲସାଏ ସଭା ପରିଚାଳନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଂଯୋଜକ ରିଲୁ ରଥ । ଏହି କାର୍ଯ୍ୟକ୍ରମରେ ଧିରେନ୍ଦ୍ର ନାରାୟଣ ସିଂଦେଓ, ମୁନା ପଟ୍ଟନାୟକ, ସନ୍ତୋଷ ସାହୁ, ଅଶୋକ ରାଉତ, ଯଶୋବନ୍ତ ସିଂ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି, ରବି ଖମାରୀ, ରାଜେନ୍ଦ୍ର ସେଠ, ଶ୍ୟାମ ସୁନ୍ଦର ଗହିର, ଦିଲିପ ବିଶ୍ୱାଲ, ଅପ୍ରମିତ ପରିଚ୍ଛା, ବଣ୍ଟୁ ବଗର୍ତ୍ତୀ, ଅଜୟ ନାଗ, ପ୍ରତାପ ତ୍ରିପାଠୀ, ଉମେଶ ଗଡତ୍ୟା, ରମେଶ ଭୋଇ, ଅଶ୍ୱିନୀ ତାଣ୍ଡି, ରିଙ୍କୁ ବନଛୋର, ସୁନିଲ ମିଶ୍ର, ଘାସିରାମ ବେହେରା, କୃଷ୍ଣଚନ୍ଦ୍ର ପ୍ରେମ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.