pakka

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ଓ ଜାତୀୟ ଉପଲବ୍ଧି ସର୍ବେକ୍ଷଣ କର୍ମଶାଳା

kalikesh

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଡାଏଟ ପରିସରରେ ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ଓ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ବଙ୍ଗୋମୁଣ୍ଡା ବ୍ଲକ ଦାୟିତ୍ୱରେ ଥିବା ଇଟିଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକ ପ୍ରଦୀପ ପ୍ରଜ୍ଜଳନ କରି ଉକ୍ତ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ବ୍ଲକ ଦାୟିତ୍ୱରେ ଥିବା ସଂଯୋଜିକା ତଥା ଶିକ୍ଷକ-ପ୍ରଶିକ୍ଷିକା ଡ. ସୁଧାଂଶୁ ବାଳା ତ୍ରିପାଠି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ଏହି କର୍ମଶାଳାରେ ସାଧନକର୍ମୀ ଭାବେ ଭାରତୀ ପଟ୍ଟନାୟକ, ଆଶିଷ ମିଶ୍ର, ବିନାୟକ ମିଶ୍ର, ପ୍ରିୟମ୍ବଦା ଦାଶ, ବେଣୁଧର ମାଝି, ଭରତ ମହାକୁର ଯୋଗଦେଇ ବଲାଙ୍ଗିର ବ୍ଲକର ୧୬ଜଣ ସିଆରସିସି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ କର୍ମଶାଳାରେ ଏବିଇଓ ତଥା ବିଆରସିସି ଉତ୍ତମ ନାୟକ, କୈଳାସ କୁମ୍ଭାର ଏବଂ ସନ୍ଧ୍ୟାରାଣୀ ଧରୁଆ ଉପସ୍ଥିତ ଥିଲେ । ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଉପରେ ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ଗଣେଶ ଜେନା ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଆରସିସି ଉତ୍ତମ ନାୟକ ପରଚାଳନା କରିଥିବା ବେଳେ ଏବିଇଓ କୈଳାସ କୁମ୍ଭାର ଧନ୍ୟବାଦ ଦେଇଥିଲେ ।

pp
Leave A Reply

Your email address will not be published.

1 × two =