csstore

ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ପାଇଁ ସ୍ଥାନ ଚିହ୍ନଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ନିର୍ମାଣ ନିମନ୍ତେ ଶନିବାର ଅପରାହ୍ନରେ ସ୍ଥାନ ଚିହ୍ନଟ କରାଯାଇଛି । ସହର ସ୍ଥିତ ମାଛ ମାର୍କେଟ ନିକଟସ୍ଥ ହରିଜନ ସାହି ଛକ ନିକଟରୁ ପୁରୁଣା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଦାମୋଦରପୁର ଛକ ପର୍ଯ୍ୟନ୍ତ ସରକାରୀ ଜାଗାକୁ ଚିହ୍ନଟ କରାଯାଇଛି । ପୂର୍ବରୁ ଉକ୍ତ ସରକାରୀ ଜାଗାରେ ମଇଁଷି ଗୁହାଳ ରହିଥିବା ବେଳେ ଉକ୍ତ ସ୍ଥାନରେ ନାଲି ବାନା ଲଗାଯାଇଛି । ଜାଗା ଚିହ୍ନଟ ସମୟରେ ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଗଞ୍ଜାମ ବିଜେଡି ଯୁବ ସଭାପତି ସୁଧିର କୁମାର ପାଢୀ, ଗଞ୍ଜାମ ଆର୍‌ଆଇ ରବିନ୍ଦ୍ର ପ୍ରଧାନ, ହୁମ୍ମା ଆର୍‌ଆଇ ଅରବିନ୍ଦ ବେହେରା, ଶୁସାନ୍ତ କୁମାର ବେହେରା, ଅମିନ ଶଙ୍କର ସାହୁ, ଗଂଜାମ ଏନ୍‌ଏସି କର୍ମଚାରୀ ଲକ୍ଷ୍ମୀ ପାଢ଼ୀ, ପଦ୍ମ ଚରଣ ସାହୁ, ଉତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.