କୁଲଥିପାଲି ଗ୍ରାମରୁ ଛେଳି ଚୋରି ଘଟଣାରେ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମରୁ ଜଣେ ଚାଷୀଙ୍କ ଘରୁ ଛେଳି ଚୋରି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଂଭୁ ଓ ଦେବରାଜ । ଉଭୟଙ୍କୁ ପୁଲିସ କାବୁ କରିବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣି ଡାକ୍ତରୀ ମାଇନା କରିଛି ଓ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅନ୍ୟପକ୍ଷେ ପୁଲିସ ଉକ୍ତ ଚୋରି ହୋଇଥିବା ଛେଳିକୁ ଜବତ ମଧ୍ୟ କରିଛି । ଗତ ଦୁଇଦିନ ତଳେ ତାଙ୍କ ଛେଳି ଚୋରି ହୋଇଥିବା ନେଇ ବାହାନ ନାଏକ ନାମକ ଜଣେ ଚାଷୀ ଥାନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

two × three =