csstore

ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢାଉ : ଶାଗୁଆନ ଗଣ୍ଡି ସହ ଟାଟାଏସି ଜବତ, ୧ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ପକ୍ଷରୁ ଗତକାଲି ସନ୍ଧ୍ୟା ସାଢେ ୭ଟା ସମୟରେ ସାଗରପଡ଼ାରେ ଚଢ଼ାଉ କରାଯାଇ ୧୦.୨୪ ସିଏଫ୍‌ଟି ଓଜନ ବିଶିଷ୍ଟ ୩୪ଟି ଶାଗୁଆନ୍‌ ଗଣ୍ଡି ଲୋଡ଼ ହୋଇଥିବା ଏକ ଟାଟାଏସି ଗାଡି ନଂ.ଓଆର୍‌ ୩୧ ୪୮୭୨ ଜବତ୍‌ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ ଗିରଫ୍‌ କରାଯାଇଥିବା ସୂଚନା ମିଳିଛି । ଜବତ ହୋଇଥିବା ସାମଗ୍ରୀ ଅତିରିକ୍ତ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଛି । ଏହି ମାମଲାରେ କନ୍ଧକେଲଗାଁର ସାହାନା ଭୋଇ ନାମକ ଜଣେ ଯୁବକ ଗିରଫ ହୋଇଥିବା ସୂଚନା ଦିଆଯାଇଛି । ରେଞ୍ଜ ଅଫିସର କେଶବ କିଶୋର ନାୟକଙ୍କ ନିର୍ଦ୍ଦେଶରେ ଫରେଷ୍ଟର ବ୍ୟାସଦେବ ସାହୁ, ଫରେଷ୍ଟ ଗାର୍ଡ ଅଶୋକ ସେଠ, ରଞ୍ଜିତ କୁମ୍ଭାର ଏବଂ ବଲାଙ୍ଗିର ରେଞ୍ଜର ପାରାଷ୍ଟାଫଙ୍କ ସମେତ ଏକ ନିର୍ଦ୍ଦିଷ୍ଟ ବିଶେଷଜ୍ଞଙ୍କ ଏକ ଟିମ୍ ଏହି ଚଢ଼ାଉରେ ସାମିଲ୍‌ ଥିଲେ ।

jayashree
Leave A Reply

Your email address will not be published.