ଛତ୍ରପୁରରେ ସପ୍ତାହନ୍ତ ସଟଡାଉନ ୯୫ ଭାଗ ସଫଳ

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳରେ ଏବେ ଜନତା ଖୁବ ସଚେତନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା ମହାମାରୀର ସତର୍କତାର ଅବଲମ୍ବନ କରାଇଆସୁଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତିଟି ସଚେତନ ସଭା ଓ ରାଲିରେ ବି ନିଜେ ସକ୍ରୀୟ ଅଂଶଗ୍ରହଣ କରି ଜନତାଙ୍କୁ ବେଶ ପ୍ରଭାବିତ କରିଛନ୍ତି । ନିକଟରେ ଘରଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାର ଶୁଭାରମ୍ଭ ଅବା ଅନୁକୁଳ ଦିନ ନିଜେ ଜିଲ୍ଲାପାଳ ପହଞ୍ଚି ଲୋକମାନଙ୍କ ସହ କଥାବାର୍ତ୍ତା କରି ଜନସଚେତନତା କରିଥିଲେ । ସର୍ବୋପରି ଜିଲ୍ଲାପାଳଙ୍କ ଗଣମାଧ୍ୟମ ତଥା ଆକାଶବାଣୀ ଏବଂ ଆଞ୍ଚଳିକ କେବୁଲ ଚାନେଲ ମାଧ୍ୟମରେ ବହୁବାର ଜନସଚେତନତା କରିଥାନ୍ତି । ତାହାଙ୍କ ପ୍ରତ୍ୟକ୍ଷତତ୍ୱାବଧାନ ଏଠାକାର ଜନତାଙ୍କୁ ବହୁଳ ପ୍ରଭାବିତ କରିଛି । କୋରନାର ଦ୍ୱିତୀୟ ଲହରୀରେ ଅନେକଙ୍କ ମୁଣ୍ଡ ନେଉଥିବା ବିଷୟ ସମସ୍ତଙ୍କୁ ଚକିତ ଓ ଭୟଭୀତ କରିଛି । ପୁନଶ୍ଚ ପୋଲିସ ପ୍ରଶାସନ ଓ ସାଧାରଣ ପ୍ରଶାସନ ମିଳିତ ଚଢ଼ାଉରେ ଲୋକେ ଫାଇନ/ଜୋରିମାନା ଦେବାକୁ ବି ବହୁତ ବାଧିଛି । ତେଣୁ ଜନତା ବହୁ ମାତ୍ରାରେ ସଚେତନ ହୋଇଛନ୍ତି । ପ୍ରଶାସନର ନିୟମକୁ ମାନି ସଟ-ଡାଉନରେ ଅମାନିଆ ନହୋଇ, ଜିଲ୍ଲାପାଳଙ୍କ ପଞ୍ଚସୂତ୍ର ନିୟମ ପାଳନ ପୂର୍ବକ ସତର୍କତା ଅବଲମ୍ବନ କରିଥିବା ଦେଖାଦେଇଛି । ବଜାର, ରାଜରାସ୍ତା ସବୁ ଏହି ଦୁଇଦିନ ଖାଁ ଖାଁ ହୋଇ ପଡିଛି । ଜନସାଧାରଣଙ୍କ ସହଯୋଗକୁ ଭିତ୍ତିକରି ପୋଲିସ ପ୍ରଶାସନକୁ ଟିକିଏ ଫୁରୁସତ ମିଳିଛି । ଜନତାଙ୍କ ସଚେତନତା ଯୋଗୁଁ ସପ୍ତାହନ୍ତ ସଟ-ଡାଉନରେ ପୋଲିସର ଘନଘନ ପାଇଁତରା ଓ ଜୋର ସୋର ଚଢ଼ାଉ ଛତ୍ରପୁରରେ ଦେଖିବାକୁ ମିଳୁନି ।

Leave A Reply

Your email address will not be published.