oom

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପକୁଲପତିଙ୍କ ବିରୋଧରେ ତାତିଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଳପତି ସଞ୍ଜୀବ ମିତ୍ତଲଙ୍କ ବିରୋଧରେ ପାଞ୍ଚ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛାତ୍ର କଂଗ୍ରେସର କହିବା ଅନୁଯାୟୀ ତାଙ୍କର ଦାବୀ ଗୁଡ଼ିକ ହେଲା କରୋନା କଟକଣାକୁ ଆଖି ଆଗରେ ରଖି ଯୁକ୍ତ ୩ ତୃତୀୟ ସେମିଷ୍ଟାର ଅନଲାଇନ କିମ୍ବା ବ୍ଲେଣ୍ଡେ଼ଡ୍ ମୋଡ଼ରେ ପରୀକ୍ଷା କରାଯାଉ, ଗତ କାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଉପରକୁ ଲାଠି ମାଡ଼ କରି ଦୁଇ ଜଣ ଛାତ୍ର ଅଭିଷେକ ନାୟକ ଏବଂ ମନୋଜ ରଣାଙ୍କ ଗୋଡ଼ ହାତ ଭାଙ୍ଗି ଦେଇଛନ୍ତି ତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ, ପଶ୍ଚିମ ଓଡ଼ିଶାର ଗୌରବ ତଥା ଛାତ୍ରଛାତ୍ରୀ ମାନେ ପିନ୍ଧିଥିବା କଲେଜ ୟୁନିଫର୍ମ ସମ୍ବଲପୁରୀ ବସ୍ତ୍ରକୁ ବାଜା ବାଲା, ନାଚ ବାଲା କହି ଅପମାନ କରିଛନ୍ତି ତାର ବିରୋଧରେ ଉପକୂଳପତି ପଶ୍ଚିମ ଓଡ଼ିଶା ଜନସାଧାରଣଙ୍କୁ କ୍ଷମା ମାଗନ୍ତୁ, ଉପକୁଲପତି ସଞ୍ଜୀବ ମିତ୍ତଲ ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ପ୍ରତିବାଦରେ ଏବଂ ଶେଷ ଦାବୀ ଏହା ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଳପତି ସଞ୍ଜୀବ ମିତ୍ତଲ ଛାତ୍ରଛାତ୍ରୀ ମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇ ସେମାନଙ୍କ ଉପରେ ପୋଲିସର ଗୁଣ୍ଡାରାଜ ଚଳାଇ ଲାଠି ଚାର୍ଜ କରି ଛାତ୍ରଛାତ୍ରୀ ମାନଙ୍କ ଗୋଡ଼ ହାତ ଭଙ୍ଗିଦେଇଛନ୍‌ନ୍ତି ସେଥିପାଇଁ ଉପକୁଲପତିଙ୍କୁ ବହିଷ୍କାର କରାଯାଉ ବୋଲି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଦାବୀ ଜଣାଇଛି । ଯଦି ଏହାର ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସଙ୍କ ନେତୃତ୍ବରେ ସବୁ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଲପତିଙ୍କୁ କୌଣସି କଲେଜକୁ ପ୍ରବେଶ କରିଦିଆଯିବ ନାହିଁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.