ଛତିଶଗଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଛତିଶଗଡ : ଗତକାଲି ଛତିଶଗଡର ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହେବାପରେ ଆଜି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡର ଜଗଦଲପୁରରେ ପହଁଚିଛନ୍ତି । ଏହାପରେ ଶାହ ହସ୍ପିଟାଲରେ ପହଁଚି ଆହତ ଯବାନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଅନ୍ୟପଟେ ନକ୍ସଲଙ୍କ ବିରୋଧରେ ବଡ ଅପରେସନ ପାଇଁ ଯୋଜନା ଆରମ୍ଭ ହୋଇଯାଇଛି । ତେବେ ଏହାକୁ ନେଇ ଏକ ବୈଠକ ମଧ୍ୟ କରିବେ ଶାହ ଯେଉଁଥିରେ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସିଆରପିଏଫର ଅଧିକାରୀମାନେ ସାମିଲ ହେବେ ବୋଲି ସୂଚନା ରହିଛି । ବୈଠକ ପରେ ଶାହ ବାସାଗୁଡା ସ୍ଥିତ ସିଆରପିଏଫ କ୍ୟାମ୍ପ ଯାଇ ଯବାନଙ୍କ ସହ ଆଲୋଚନା କରିବେ ।

Leave A Reply

Your email address will not be published.