pakka

ନିଜ ପୁଅକୁ ଖୋଜି ଖୋଜି ଛତିଶଗଡ଼ରୁ ଟିଟିଲାଗଡ଼ ପହଞ୍ଚିଲା ମା’

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଛତିଶଗଡ଼ରୁ ଓଡ଼ିଶା ଯାଏଁ ଚାଲିଛି ଖୋଜା ଖୋଜି । ବିଗତ ୪ ବର୍ଷରୁ ଖୋଜୁଛନ୍ତି ନିଜ ପରିବାରର ସଦସ୍ୟ ରୋନକଙ୍କୁ । ଖବର ପାଇବା ପରେ ମହାସମୁନ୍ଦରୁ ଆସିଲେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହେଲେ ମିଳି ପାରିଲା ନାହିଁ କୌଣସି ସୁରାକ । ବୟସ ପାଖାପାଖି ୨୭, ନାମ ରୋନକ ସିଂ ରାଜପୁତ, ଗ୍ରାମ ମହାସମୁନ୍ଦ ଛତିଶଗଡ଼ ରାଜ୍ୟ । ବିଗତ ୧୫ ଏପ୍ରିଲ ୨୦୧୭ରୁ ରାଜେଶ୍ୱରୀ ରାଜପୁତ (ମା’)ଙ୍କ ଏକ ମାତ୍ର ପୁଅ ନିଖୋଜ ରହିଛି । ବିଗତ ୪ ବର୍ଷରୁ ରାଜେଶ୍ୱରୀ ତାଙ୍କ ଝିଅ ମେଘା ସହ ତାଙ୍କ ପୁଅକୁ ଖୋଜୁଛନ୍ତି । ଏ ରାଜ୍ୟରୁ ସେ ରାଜ୍ୟ, ଏ ଗାଁରୁ ସେ ଗାଁ ହେଲେ କୌଣସି ସୁରାକ ମିଳୁ ନାହିଁ । ହେଲେ ୨୦ ତାରିଖ ଦିନେ ଫୋନ ମାଧ୍ୟମରେ ତାଙ୍କୁ ଜଣେ ଖବର ଦେଲେ ଯେ, ତାଙ୍କ ପୁଅ ଟିଟିଲାଗଡ଼ ରେଳବାଇ ଷ୍ଟେସନ ନିକଟରେ ଦେଖାଯାଇଛି । ତା’ ପରେ ଖୁସି ସମ୍ଭାଳି ପାରି ନ ଥିଲେ ପରିବାର ଲୋକେ । ଆଉ ଖବର ପାଇ ଟିଟିଲାଗଡ ସହରକୁ ମାଡି ଆସିଲେ । ସହରର ବିଭିନ୍ନ ଦୋକାନରୁ ଦୋକାନ ବୁଲି, ଲୋକଙ୍କ ସାଥୀରେ କଥା ହୋଇ ନିଜ ପୁଅଙ୍କ ବିଷୟରେ କହୁଛନ୍ତି ଦୁଇ ମା ଝିଅ ଆଉ କଥା ହେଉ ହେଉ କାନ୍ଦି ପକାଉଛନ୍ତି ନିଖୋଜ ପୁଅଙ୍କ ମା । ପୋଷ୍ଟର, ଫୋଟୋ ଦେଖାଇବା ସହ ଅନେକ ପ୍ରମୁଖ ଛକ ଗୁଡିକରେ ପୋଷ୍ଟର ଛାପୁଛନ୍ତି ମା’ ରାଜେଶ୍ୱରୀ ଏବଂ ଭଉଣୀ ମେଘା । ଟିଟିଲାଗଡ଼ ପୁଲିସ ଥାନାକୁ ଯାଇ ମଧ୍ୟ ଅନୁରୋଧ କରିଛନ୍ତି ମା’ ଆଉ ଭଉଣୀ । ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ଆଶ୍ୱାସନା ପରେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ କୋଣସି ସୁରାକ ନପାଇ ସମ୍ବଲପୁରକୁ ଖୋଜିବାକୁ ଯାଇଛନ୍ତି ଦୁହେଁ । ପ୍ରତେକ ମା’ ପାଇଁ ତାହାର ସନ୍ତାନ ପ୍ରତି ମମତା ରହିଥାଏ । ସନ୍ତାନ ଯେଉଁ ସ୍ଥାନରେ ରହିଲେ ମଧ୍ୟ ମା’ ସନ୍ତାନର ଭଲମନ୍ଦ କାମନା କରିଥାଏ । ସେହିପରି ରାଜେଶ୍ୱରୀଙ୍କ ପୁଅ ରୋନକ ଗତ ୪ ବର୍ଷରୁ ନିଖୋଜ ଥିଲେ ମଧ୍ୟ ସେ ସାହସ ହାରି ନାହାନ୍ତି । ବୃଦ୍ଧା ବୟସରେ ଏ ସହରରୁ ସେ ସହର ବୁଲି ନିଜ ପୁଅକୁ ଖୋଜିବାରେ ଲାଗିଛନ୍ତି । ହେଲେ ସଫଳତା ହାତ ଛଡା ହେବାରୁ ନିରାଶ ହୋଇଛନ୍ତି ପରିବାର ଲୋକେ । ଅନ୍ୟପଟେ ଟିଟିଲାଗଡ଼ର ଜଣେ ବାସିନ୍ଦା ତାଙ୍କର ପୁଅକୁ ଖୋଜିବାକୁ ଚେଷ୍ଟା କରିବା ସହ ପ୍ରଭୁଙ୍କ ଠାରୁ ପ୍ରାର୍ଥନା କରିଛନ୍ତି ଯେ, ମା’ଙ୍କୁ ତାଙ୍କର ପୁଅ ମିଳିଯାଉ ବୋଲି ।

Leave A Reply

Your email address will not be published.

20 − 8 =