jayashree

ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ଶିଶୁ ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଚଞ୍ଚରାପଡା ଠାରେ ଅବସ୍ଥିତ ଓମକାରେଶ୍ୱର ଶିବ ମନ୍ଦିର ପରିସରରେ ଅବସ୍ଥିତ ସତ୍‌ସଙ୍ଗ ମଣ୍ଡପ ଠାରେ ଜୟପାଟଣା ଶିଶୁ ମନ୍ଦିର ଦ୍ୱାରା ଶିଶୁ ଦିବସ ଅବସରରେ ଏକ ଶିଶୁ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅରୁଣ ଠାରୁ ଆରମ୍ଭକରି ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୬୦ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସଂଯୋଜକ ଶାନ୍ତନୁ ଭାଇ ଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶିଶୁ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ହସ୍ତକର୍ମ, ମାଟି କାମ, କାଗଜ କାମ, ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଚାଷ ଜମି, ଅଗ୍ନିଶମ ବିଭାଗ ପରିଦର୍ଶନରେ ନିଆଯାଇଥିଲା । ଗୁରୁଜୀ ନିରଞ୍ଜନ ଝାଙ୍କର କାର୍ଯ୍ୟକ୍ରମର ତତ୍ୱାବଧାନ କରିଥିବା ବେଳେ ପ୍ରତିମା ପଣ୍ଡା, ଶତ୍ରୁଜୀତ ବେହେରା, ବ୍ୟୋମକେଶ ମୁଣ୍ଡ, କ୍ଷୀର ସିନ୍ଧୁ ବାଗ, ନୀତେଶ କୁମାର ଠାକୁର, ଶାଶ୍ଵତୀ ପାଢ଼ୀ, ଲିପ୍ସା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଦ୍ମିନୀ ମୁଣ୍ଡ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.