pakka

ଫାଣ୍ଡି ଅଧିକାରୀଙ୍କ ଗାଡ଼ି ଧକ୍କାରେ ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀ ମୃତ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଗୋଏଲଭାଡ଼ି ଛକରେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ଗାଡି ଧକ୍କାରେ ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀ ରମେଶ ନାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ନିଜ ଚାରିଚକିଆ ଗାଡିରେ ଟିଟିଲାଗଡ଼ ପଟୁ ଆସୁଥିବା ବେଳେ ବଡ଼ମାଲ କର୍ମଚାରୀ ରମେଶ ନାଗ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଟିଟଲାଗଡ଼ ଯାଉଥିବା ବେଳେ ଗୋଏଲଭାଡ଼ି ଛକରେ ଉଭୟ ଗାଡି ଆମନା-ସାମ୍ନା ଧକ୍କା ହୋଇଥିଲା । ଫଳରେ ବାଇକ ଅରୋହି ରମେଶ ନାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ କରୁଛି ।

jay balangir
Leave A Reply

Your email address will not be published.

five − four =