pakka

ପାଟଣାଗଡ କେନ୍ଦୁପତ୍ର କର୍ମଚାରୀଙ୍କ ବୈଠକ : କେନ୍ଦୁପତ୍ର ଅଧିକ ଉତ୍ପାଦନ କରିବା ପାଇଁ ଯତ୍ନଶୀଳ ହେବାକୁ ନିଷ୍ପତ୍ତି

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ରେଞ୍ଜ ବିଭାଗର କର୍ମଚାରୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଡିଏଫ୍‌ ଓ ସୁରେଶ ସେଠୀ ଯୋଗ ଦେଇ ଚଳିତ ବର୍ଷ କିପରି ଭାବରେ କିପରି ଭାବେ କେନ୍ଦୁପତ୍ରରେ ଅଧିକ ପତ୍ର ଉତ୍ପାଦନ ହେବା ସାଙ୍ଗକୁ ଅଧିକ ଲାଭାଶଂ ମିଳିବ ପାରିବ ସେନେଇ ବିଶଦ ଭାବରେ ଆଲୋକପାତ କରିଥିଲେ । ସିଜିନାଲ୍ କର୍ମଚାରୀମାନେ ବିଭିନ୍ନ ଗ୍ରାମରେ ତୋଳାଳି କାର୍ଡରୁ ବଞ୍ଚିତ ଥିବା ତୋଳାଳି କାର୍ଡ ଯୋଗାଇଦେବା, ପତ୍ରଫଡି ନଥିବା ଗ୍ରାମଗୁଡିକରେ ଫଡିଗୃହ ନିମାର୍ଣ କରିବାକୁ କର୍ମଚାରୀମାନେ ବୈଠକରେ ଡିଏଫ୍ଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଡି ଗୃହ ନଥିବାରୁ ଦୂରତା ଅନୁପାତ ହେତୁ ତୋଳାଳି ସଂଖ୍ୟା କମିବା ସହ ପତ୍ର ଉତ୍ପାଦନ କମି ଯାଉଛି ବୋଲି ମତ ପ୍ରକାଶ ପାଇଥିଲା । ଫଡି ଗୃହ ନିର୍ମାଣ କରିବା ପାଇଁ ଡିଏଫ୍ଓ ମତ ପ୍ରକାଶ କରିଥିଲେ । ପତ୍ର ଫଡି ମରାମତି ଓ ଢଲାଇ ରଚାଇ କାମରେ ନିଯୁକ୍ତ କରାଯାଉଥିବା ଶ୍ରମିକମାନଙ୍କୁ ପାସ୍‌ବୁକ ମାଧ୍ୟମରେ ତାକଂ ପାରିଶ୍ରମିକ ଜମା କରିବାରେ ବିଳମ୍ବ ହୋଇଥିବା ହେତୁ ଗରିବ ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେବା ସହ ପତ୍ର ମଧ୍ୟ ଠିକ୍‌ ସମୟରେ ଫଡିକୁ ଅଣାନଯିବାରୁ ନଷ୍ଟ ହେବା ସମ୍ଭାବନା ଦେଖାଯାଇଥାଏ ବୋଲି ମୁନସୀମାନେ ଡିଏଫ୍ଓଙ୍କୁ ଜଣାଇଥିଲେ । ଏଥିରେ ରେଞ୍ଜ ଅଧିକାରୀ ଜଗନ୍ନାଥ ଦାସ, ଫରେଷ୍ଟର ଅରୁଣ ସୁରା, ପ୍ରିୟବ୍ରତ ସାହୁ, ହେଡ଼ ଚେକର ଚନ୍ଦ୍ରମଣି ମଲ୍ଲିକ, ସର୍କିଲ୍ ଚେକର ଯଦୁମଣି ଭୋଇ, ତ୍ରିନାଥ, ରଘୁନାଥ ବାଗ, କେନ୍ଦୁପତ୍ର ସଙ୍ଘର ସମ୍ପାଦକ ଲଳିତ ମଲ୍ଲିକ, ଯୁଗ୍ମ, ଭୀଷ୍ମ ମଲ୍ଲିକ୍, ବାଳ ମକୁନ୍ଦ କୁଅଁର, ତ୍ରିନାଥ ସାହୁ ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twenty − 15 =