pakka

ମହାତ୍ମା ଗାନ୍ଧୀଙ୍କ ମୂଲ୍ୟବାନ ଚିନ୍ତାଧାରା ଆଜି ମଧ୍ୟ ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

bbehera

ଆଜି ବାପୁଙ୍କ ମୃତ୍ୟୁ ବାର୍ଷିକୀ । ତାଙ୍କ ଶ୍ରାଦ୍ଧ ଦିବସରେ ଦେଶ ଆଜି ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି । ଦେଶ ତଥା ବିଶ୍ୱକୁ ଅହିଂସା ପଥ ଅନୁସରଣ କରିବାକୁ ଶିଖାଇଥିଲେ ବାପୁ । ସମଗ୍ର ଦେଶ ଜାତିର ପିତାଙ୍କୁ ମନେ ରଖିଛି ଓ ମନେରଖିବ ସବୁଦିନ ପାଇଁ । ବାପୁଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି କେବଳ ସମାଜ ପରିବର୍ତ୍ତନ ହୋଇପାରିବ ତାହାନୁହେଁ, ଦେଶ ତଥା ବିଶ୍ୱକୁ ମଧ୍ୟ ବାପୁଙ୍କ ଆଦର୍ଶରେ ଏକ ନୂତନ ରାସ୍ତା ଦିଆଯାଇପାରିବ । ଯୁବ ପିଢ଼ି ପାଇଁ ବାପୁଙ୍କ ଅମୂଲ୍ୟ ଚିନ୍ତାଧାରା ନୂତନ ଯୁଗ ପ୍ରସଙ୍ଗରେ ମଧ୍ୟ ଅନେକ ଯଥାର୍ଥତା ବହନ କରୁଛି ।

ଆସନ୍ତୁ ଜାଣିବା ବାପୁଙ୍କ ସେହି ୧୦ଟି ଚିନ୍ତାଧାରା, ଯାହାର ପ୍ରାସଙ୍ଗିକତା ସର୍ବଦା ରହିଛି ।
୧. ନିଜ ଭିତରେ ତାହା ପରିବର୍ତ୍ତନ କର, ଯାହା ଅନ୍ୟମାନଙ୍କ ଠାରେ ଦେଖିବାକୁ ଚାହୁଁଛ ।
୨. ପ୍ରଥମେ ସେମାନେ ତୁମକୁ ଅଣଦେଖା କରିବେ, ତାପରେ ସେମାନେ ତୁମକୁ ହସିବେ, ଏହାପରେ ସେମାନେ ତୁମ ସହିତ ଯୁଦ୍ଧ କରିବେ ଏବଂ ତା’ପରେ ତୁମେ ଜିତିବ ।
୩. ଯେଉଁ ଦିନଠାରୁ ଜଣେ ମହିଳା ରାତିରେ ନିର୍ଭୟରେ ରାସ୍ତାରେ ଚାଲି ପାରିବ, ସେହି ଦିନଠାରୁ ଆମେ କହିପାରିବା ଯେ ଭାରତ ସ୍ୱାଧୀନତା ହାସଲ କରିଛି ।
୪. ବିନମ୍ର ଭାବରେ ଆପଣ ଦୁନିଆକୁ ଦୋହଳାଇ ଦେଇ ପାରିବେ ।
୫. ଶକ୍ତି ଶାରୀରିକ ସାମର୍ଥ୍ୟରୁ ଆସେ ନାହିଁ । ଏହା ଅଦମ୍ୟ ଇଚ୍ଛା ଶକ୍ତିରୁ ଆସିଥାଏ ।
୬. ବିଶ୍ୱାସକୁ ସର୍ବଦା ତର୍କ ଦ୍ୱାରା ଓଜନ କରାଯିବା ଉଚିତ୍ । ଯେତେବେଳେ ବିଶ୍ୱାସ ଅନ୍ଧ ହୋଇଯାଏ, ସେତେବେଳେ ତାହାର ମୃତ୍ୟୁ ଘଟେ ।
୭. ଆଜି ଆପଣ ଯାହା କରୁଛନ୍ତି, ତାହା ଉପରେ ଆପଣଙ୍କ ଭବିଷ୍ୟତ ନିର୍ଭର କରେ ।
୮. ହୋଇପାରେ ଆମେ ଠୋକର୍‌ ଖାଇ ଝୁଣ୍ଟି ପଡ଼ିବା, କିନ୍ତୁ ଆମେ ଉଠି ପାରିବା । ଯୁଦ୍ଧରୁ ପଳାୟନ କରିବା ଅପେକ୍ଷା ଏହା ବହୁତ ଭଲ ।
୯. ମୁଁ କେବଳ ଲୋକଙ୍କ ଭଲ ଗୁଣକୁ ଦେଖେ, ସେମାନଙ୍କର ଦୋଷ ଗଣନା କରେ ନାହିଁ ।
୧୦. ଅହିଂସା ହେଉଛି ମାନବିକତା ପାଇଁ ସବୁଠାରୁ ବଡ ଶକ୍ତି । ମନୁଷ୍ୟ ଦ୍ୱାରା ନିର୍ମିତ ବିନାଶକାରୀ ଶକ୍ତିଶାଳୀ ଅସ୍ତ୍ର ଅପେକ୍ଷା ଏହା ଅଧିକ ଶକ୍ତିଶାଳୀ ।

jay balangir
Leave A Reply

Your email address will not be published.

two × four =