ଦାଦନର ଛାତିଥରା ଦୃଶ୍ୟ : କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ

ମ.ରାମପୁର, (ହେମନ୍ତ ସାହୁ) : ଦାଦନ ଦୁଃଖର ଅନ୍ତ ହେଉନି । ଗୋଟିଏ ପରେ ଗୋଟିଏ ଦାଦନର ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଆଉ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲଦାନା ପଞ୍ଚାୟତର ଯୁବକ ଅଶୋକ ମାଝୀ ପ୍ରାୟ ପାଞ୍ଚ ବର୍ଷ ହେଲା କେରଳ ଯାଇଥିଲେ କାମ କରି ରୋଜଗାର କରିବାକୁ । ଏବେ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେଲା ସେ କେରଳର ଏକ ସରକାରୀ ଡ଼ାକ୍ତରଖାନାରେ ଆଇସିୟୁରେ ଭତ୍ତି ହୋଇଛନ୍ତି । ଉକ୍ତ ଯୁବକଙ୍କ ବାପା-ମା’ କେହି ନଥିବା ବେଳେ ନିଜ ଗାଁର ସାଙ୍ଗ ସାଥୀମାନେ ପାଳି କରି ତାଙ୍କୁ ଡ଼ାକ୍ତରଖାନାରେ ଜଗି ରହିଛନ୍ତି । ପିଲାଟି ଦିନରୁ ଅଶୋକ ନିଜ ବାପା-ମା’ଙ୍କୁ ହରାଇଥିବା ବେଳେ ନିଜ ବଡ଼ବାପାଙ୍କ ପାଖରେ ରହିଆସୁଥିଲେ । କିନ୍ତୁ ଗତ ପ୍ରାୟ ପାଞ୍ଚ ବର୍ଷ ହେବ ସେ ଦାଦନ ଯାଇ ବିଭିନ୍ନ କମ୍ପାନୀରେ କାମ କରୁଥିଲେ ହେଁ ଗତ ପ୍ରାୟ ମାସେ କାଳ ହେଲା ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଗଲା । ପରେ ଅବସ୍ଥା ବିଗିଡ଼ିବାରୁ ଆଇସିୟୁରେ ରଖାଯାଇଛି । ତେବେ ଗ୍ରାମର ଯୁବକମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରିବା ପରେ ପନ୍ଦର ହଜାର ଟଙ୍କା ଅର୍ଥରାଶି ସହାୟତା କରିଥିଲେ ଏବଂ ଗାଁର ଯୁବକମାନେ ନିଜେ ନିଜେ ମିଳିତ ଭାବରେ ପ୍ରାୟ ତିରିଶ ହଜାରଟଙ୍କା ଆଦାୟ କରି ସହାୟତା କରିଛନ୍ତି । ଏବେ ଗାଁର ଯୁବକମାନେ ତାଙ୍କୁ କେରଳରୁ ଓଡ଼ିଶା କୌଣସି ଏକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କଲେ ଚିିକିତ୍ସାରେ ସହଜ ହେବ ବୋଲି କହିଛନ୍ତି । ଏଣୁ ଗ୍ରାମର ଯୁବକମାନେ ସହାୟତା କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

three × 4 =

error: Content is protected !!