କବି ରୋହିତ ନାୟକଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଯୁବ କବିଙ୍କ ଅସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସମ୍ବଲପୁରୀ ଭାଷା ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି ଅଟେ । କବିଙ୍କ ସାହିତ୍ୟ କୃତିକୁ ଲୋକ ଲୋଚନକୁ ଆଣିବା ସହ କବି ପରିବାରଙ୍କୁ ସରକାରୀ ସହାୟତା ଦିଆଗଲେ କବିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଛି । ବରିଷ୍ଠ ସାହିତ୍ୟିକ ଡ. ସୁବାସ ମେହେରଙ୍କ ସଭାପତିତ୍ୱରେ ତଥା କବି ମୁନିରାମ କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଞ୍ଚଳର ବହୁ କବି ଲେଖକ ତଥା ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଭଟଲୀ ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ ସମ୍ମାନିତ ଅତିଥି ଭାବେ ସୋହେଲାର ପୂର୍ବତନ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ସୁବ୍ରତ ବେହେରା, ରବି ଶଙ୍କର ପଧାନ, ହିଟଲର ମେହେର, ସୁରେନ୍ଦ୍ର ମେହେର, ମହେଶ ବାରିକ, ସାହିତ୍ୟିକ ଟେକଚାନ୍ଦ ଦୁଆନ, ଗୌର ଚରଣ ପଧାନ, କବି ଦେବେନ୍ଦ୍ର ସାହୁ, ସଚିଦାନନ୍ଦ ପଣ୍ଡା, ଯୁବରାଜ କୁଦେଇ, କେଦାରନାଥ ସାହୁ, ରୋହିତ ମେହେର, ନକୁଳ ମେହେର, ଉମେଶ ପଧାନ, ରଞ୍ଜିତ ପଧାନ, ଗୌର ସା, କୁମୁଦ ବାରିକ, ନମିତା ଯାଦବ, ମଞ୍ଜୁଲତା ସାହୁ, ଅଧିକାରୀ ମେହେରଙ୍କ ସହ ଉକିଆ ସାହିତ୍ୟ ସଂସଦ, ବରଗଡ଼, ସମ୍ବାଦ ସାହିତ୍ୟ ଘର ସୋହେଲା, ଦଇନି ସାହିତ୍ୟ ସଂସ୍କୃତି ପରିଷଦ, ବେହେରାପାଲି ତଥା ସରକଣ୍ଡାର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଉକିଆ ସାହିତ୍ୟ ସଂସଦ, ବରଗଡ଼ ତରଫରୁ ଏକ ସ୍ମରଣିକା ସୁରତାଥିଁ କବି ରୋହିତ ନାୟକ, କବି କୁଟୁମ ତରଫରୁ ରୋହିତ ନାୟକଙ୍କ କବିତା ଏବଂ ଗଳ୍ପ ସଂକଳନ ପୁସ୍ତକକୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ଶେଷରେ କବି ସୁବାସ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seven + 3 =

error: Content is protected !!