ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନିବାସୀ ସତ୍ୟନାରାୟଣ ସାହୁ (୬୪)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସ୍ୱର୍ଗତ ସାହୁ କିଛି ମାସ ହେଲା ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ପ୍ରଧାନ ଶିକ୍ଷକ ରୂପେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ । ଗତ ୩୧.୦୧.୨୦୧୯ ମସିହାରେ ଲୋଇସିଂହା ବ୍ଲକର ହିରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିଲେ । ଶେଷ ସମୟରେ ତାଙ୍କ ପତ୍ନୀ ବିଷ୍ଣୁପ୍ରୀୟା, ପୁଅ ସୌରଭ, ଝିଅ ଚେତନା ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ସୈାରଭ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପୁରାତନ ଛାତ୍ର ଛାତ୍ରୀ ଓ ଆତ୍ମୀୟସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

one × four =

error: Content is protected !!