ମଦ ଦୋକାନ ସମ୍ମୁଖରେ ଯୁବକଙ୍କ ଉପରେ ଗୁଳିମାଡ଼ କଲେ ଦୁବୃର୍ତ୍ତ

ମହାକାଳପଡା : ମଦ ଦୋକାନ ସମ୍ମୁଖରେ ଯୁବକଙ୍କ ଉପରେ ଦୁବୃର୍ତ୍ତ ମାନେ ଗୁଳିମାଡ଼ କରିଥିବା ଜଣାପଡିଛି । ସୂଚନା ଅନୁସାରେ ୨ଟି ବାଇକରେ ୫ଜଣ ଯୁବକ ଆସି ମଦ ଦୋକାନ ନିକଟରେ ନେମ୍ବରା ଗ୍ରାମର ଲକ୍ଷ୍ମଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳି ଲକ୍ଷ୍ମଣଙ୍କ ଡାହାଣ ଗୋଡ ପାଦରେ ବାଜିଛି । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ବେଳେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.

13 − 3 =

error: Content is protected !!