pr

ଅନୁସୂଚିତ ଜାତି ମୋର୍ଚ୍ଚାକୁ ସୁସଙ୍ଗଠିତ କରିବାକୁ ବିଜେପିର ଦୃଢ଼ ପ୍ରଚେଷ୍ଟା

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ପୌର ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଓ ରମ୍ଭା ଏନ୍‌ଏସିର ଚେୟାରମ୍ୟାନ୍‌ ଆସନ ହାସଲ କରିବା ପରେ ବିଜେପିର ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି କଡା ଟକ୍କର ଦେଇ ପରାଜୟର ମୁହଁ ଦେଖିଥିଲେ ସୁଦ୍ଧା ପୌର ନିର୍ବାଚନରେ ତିନୋଟିଯାକ ଏନ.ଏ.ସି.ରେ ବିଜେଡିର ପରାଜୟ ପରେ ୨୦୨୪ ପାଇଁ ଆଶାବାନ ହୋଇ ପଡିଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷିତ ଥିବା ହେତୁ ଏବେଠାରୁ ବିଜେପିର ଅନୁସୂଚିତ ଜାତିର ଭୋଟ ବ୍ୟାଙ୍କକୁ ସଂଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଛତ୍ରପୁରର ରାଜ ନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ମିଳନୀର ଆୟୋଜନ କରାଯାଇଥିଲା । ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଶାନ୍ତ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ ସମ୍ପାଦକ ରାଘବ ମଲ୍ଲିକ, ରାଜ୍ୟ ସଂଯୋଜକ ଡଃ ରବି ନାରାୟଣ ବେହେରା, ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନା, ଛତ୍ରପୁର ଏନ୍‌ଏସିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ ପାଢୀ ଅତିଥି ଭାବେ ଯୋଗଦେଇ ଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅନୁସୂଚିତ ଜାତିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.