pr

ୱାର୍ଡ ନଂ.୧ ଓ ୱାର୍ଡ ନଂ.୨ର ଡ୍ରେନ୍‌ ସଫେଇ ପ୍ରତି ବଲାଙ୍ଗିର ମ୍ୟୁନିସିପାଲିଟିର ଅଣଦେଖା : ସାଧାରଣରେ ଅସନ୍ତୋଷ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଡ ନଂ.୧ ଓ ୱାର୍ଡ ନଂ.୨ର ଡ୍ରେନ୍‌ ସଫେଇ ଉପରେ ବଲାଙ୍ଗିର ମ୍ୟୁନିସିପାଲିଟିର ଅଣଦେଖା ଯୋଗୁଁ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ଘନଉଥିବା ଜଣାପଡ଼ିଛି । ଉଲ୍ଲେଖ ଯୋଗ୍ୟ ଯେ, ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟକୁ ଯାଉଥିବା ମୁଖ୍ୟ ରାସ୍ତାର ଦୁଇ କଡ଼ରେ ରହିଥିବା ଡ୍ରେନ୍‌ ଗୁଡ଼ିକ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇ ରହିଥିବା ବେଳେ ଏହାର ସଫେଇ ପ୍ରତି ବଲାଙ୍ଗିର ମ୍ୟୁନିସିପାଲିଟିର ଦୃଷ୍ଟି ନଥିବା ଲୋକେ ଅଭିଯୋଗ କରିଛନ୍ତି । ୱାର୍ଡ ନଂ.୧ ଅନ୍ତର୍ଗତ ଶାନ୍ତିପଡ଼ାର ସୁରେଶ ଚା’ ଦୋକାନ ଠାରୁ ଆରମ୍ଭ କରି ଶେଷ ପର୍ୟ୍ୟନ୍ତ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବା ବେଳେ ଡ୍ରେନ୍‌ର ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ଅନ୍ୟପଟେ ୱାର୍ଡ ନଂ.୨ ଅନ୍ତର୍ଗତ ବିପରିତ ପାଶ୍ୱର୍ର ଡ୍ରେନ୍‌ର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଏଇ ଦୁଇ ତିନି ଦିନ ତଳେ ଶାନ୍ତିପଡ଼ା ଛକର ପ୍ରାୟ ତିରିଶ ଚାଳିଶ ଫୁଟ ଡ୍ରେନ୍‌ରୁ ଅଳିଆ କାଢି ମ୍ୟୁନିସିପାଲିଟି ପକ୍ଷରୁ ସଫା କରାଯାଇଥିବା ବେଳେ ତଳପଟେ ଡ୍ରେନ୍‌ ଜାମ୍‌ ହୋଇଥିବା ଯୋଗୁଁ ସେଠାରେ ପାଣି ଜମି ମଶାମାଛିଙ୍କ ପାଇଁ ଭୂସ୍ୱର୍ଗରେ ପରିଣତ ହୋଇଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟିର ନୂତନ କାଉନ୍‌ସିଲ୍‌ ଉପରେ ଜନସାଧାରଣଙ୍କ ବିଶେଷ ଭରସା ରହିଥିବା ବେଳେ ପୁଣି ପୂର୍ବଠାରୁ ଆହୁରି ଦୟନୀୟ ଅବସ୍ଥା ଦେଖାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପୌରପାଳିକା ଅଧ୍ୟକ୍ଷା ସ୍ଥିତି ଅନୁଧ୍ୟାନ କରି ଡ୍ରେନ୍‌ ସଫେଇ ପାଇଁ ପଦକ୍ଷେପ ନେବାକୁ ଦାବୀ ହେଉଛି ।

nrusinghnath
Leave A Reply

Your email address will not be published.