pakka

ଭୋଇପାଲି ସ୍କୁଲ ବନ୍ଦ ପ୍ରସଙ୍ଗ : ପୁନଃ ସ୍କୁଲ ନଖୋଲିଲେ, ଭୋଟ ବର୍ଜନ ଚେତାବନୀ

bbehera

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ବନ୍ଦ ହୋଇଥିବା ଭୋଇପାଲି ପ୍ରାଥମିକ ସ୍କୁଲକୁ ପୁନଃ ଖୋଲିବା ପାଇଁ ଦାବୀ ହେଉଛି । ତେଣୁ ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ନଖୋଲିଲେ ଭୋଟ ବର୍ଜନ ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ, ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ପଞ୍ଚାୟତ ଭୋଇପାଲି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୪ ବର୍ଷ ହେଲା ବନ୍ଦ ରହିଛି । କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ଶିକ୍ଷା ବିଭାଗ ଏହି ସ୍କୁଲକୁ ବନ୍ଦ କରିଥିଲେ । ଯାହାଫଳରେ ଗ୍ରାମରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ୫ ବର୍ଷର ଛାତ୍ରଛାତ୍ରୀ ଦେଢ଼ କିଲୋମିଟର ଦୂରତ୍ଵ ସାଧୁପାଲି ସ୍କୁଲକୁ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି । ଗ୍ରାମର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସମ୍ପର୍କୀୟଙ୍କ ଗାଁରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହାକି ଉଭୟ ଛାତ୍ରଛାତ୍ରୀ ସମେତ ଅଭିଭାବକ ବା ଅଭିଭାବିକାଙ୍କୁ ଗଭୀର କଷ୍ଟ ଦେଉଛି । ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଚଳିତ ଶିକ୍ଷା ବର୍ଷରେ ଗ୍ରାମର ୪୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସାଧୁପାଲି ସ୍କୁଲକୁ ୧୫ ଜଣ, ମାହାର୍‌ପାଲିକୁ ୧୦ ଜଣ, ଉପରବାହାଲକୁ ୧୦ଜଣ ଓ ଅନ୍ୟାନ୍ୟ ସ୍କୁଲରୁ ୭ ଜଣ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହାକି କମ୍ ବୟସର ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟହ ଯିବା ଆସିବା କଷ୍ଟକର ହେଉଛି । ଏପରିକି ପିତାମାତା ମଧ୍ୟ ଅନେକ ସମୟରେ ନେବା ଆଣିବା କରୁଛନ୍ତି । ତେଣୁ ପୁନଃ ଭୋଇପାଲି ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ଦାବୀରେ ଗ୍ରାମବାସୀ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଦାବୀ କରିଛନ୍ତି । ଏହାସହ ବନ୍ଦ ସ୍କୁଲ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଅଭିଭାବିକାମାନେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

16 − 8 =