pakka

ସମାଜସେବୀ ଭଗବାନ ବିଶ୍ୱାଳ ଦ୍ୱାଦଶ ଶ୍ରଦ୍ଧାଞ୍ଜଳି

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଶପଲି ଗ୍ରାମରେ ଜନ୍ମ ଲାଭ କରିଥିବା ସଂଗ୍ରାମୀ ତଥା ସମାଜସେବୀ ଭଗବାନ ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ବ୍ରହ୍ମପୁର ଆମ୍ଭପୁଅ ନିକଟସ୍ଥ ବାସଭବନରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ତାଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଥିଲା । ସ୍ୱର୍ଗତ ଭଗବାନ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ସଂଗ୍ରାମ କରି ନିଜ ଅଞ୍ଚଳ ପାଇଁ ବହୂ ଜନହିତକର କାର୍ଯ୍ୟ କରିଥିବା ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ତାଙ୍କ ପୁଅ ବିମ୍ବାଧର ବିଶ୍ୱାଳ ବୋହୁ ମଧୁମିତା ଜେନା ଓ ନାତି ବିଜୟତା ବିଶ୍ୱାଳ, ସାଇ ପ୍ରସାଦ ବିଶ୍ୱାଳ ଓ ନାତୁଣୀ ସୃଷ୍ଟି ଶରଞ୍ଜନାଙ୍କ ସମେତ ବହୂ ଶୁଭେଚ୍ଛୁ ଉପସ୍ଥିତ ଥିବା ବେଳେ ବିଜେଡି ଜିଲ୍ଲା ଉପସଭାପତି ଅକ୍ଷୟ ସ୍ୱାଇଁ, ବୁନୁ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ ।

Leave A Reply

Your email address will not be published.

two × 2 =