pakka

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ରାମ ନବମୀ ଉତ୍ସବ ପାଳିତ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଳାସିନୀ ସାହୁ ଏବଂ ସପୁର ନାଏକ ଯୋଗଦେଇ ସ୍ଵହସ୍ତରେ ବେଶଧାରୀ ଶିଶୁମାନଙ୍କ ପୂଜନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଅତିଥି ପରିଚୟ ଓ ଉଦ୍ଦେଶ୍ୟ କଥନ କରିଥିବା ବେଳେ ଗୁରୁଜୀ ପ୍ରେମାନନ୍ଦ ମିଶ୍ର ଶିଶୁମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଅଭିଭାବକ ପ୍ରମୋଦ କୁମାର ପଧାନ ବିଦ୍ୟାଳୟର ଗ୍ରନ୍ଥାଗାରକୁ ୧୪ ଖଣ୍ଡ ପୁସ୍ତକ ପ୍ରଦାନ କରିଥିଲେ । ପରିଶେଷରେ ଗୁରୁଜୀ ମହାଦେବ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.

eighteen − 15 =