pakka

ବାସନ୍ତିକ ଦୁର୍ଗାପୂଜା ଓ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ : ନିଆଁରେ ଚାଲିଲେ ବରୁଆ ଓ ଶ୍ରଦ୍ଧାଳୁ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ବାସନ୍ତୀକ ଦୁର୍ଗାପୂଜା ଓ ବିଶ୍ଵଶାନ୍ତି ମହାଯଜ୍ଞ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଛି । ଏହି ଅବସରରେ ସୋମବାର କାଳରାତ୍ରୀ ବେଶ ଓ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ଏହି ଅବସରରେ ନିଆଁ ପିଣ୍ଡୁଳାରେ ବରୁଆମାନେ ନାଚି ନାଚି ଚାଲୁଥିବା ଦୃଶ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନରେ ଅଧିକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଥିଲା । ଏହାସହ କିଛି ମହିଳା ଶ୍ରଦ୍ଧାଳୁ ମଧ୍ୟ ନିଆଁ ଉପରେ ଚାଲିଥିଲେ । ଦୀର୍ଘ ୯ ଦିନ ହେଲା ଶୈଲପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟିନୀ, କାଳରାତ୍ରୀ, ମହାଗୌରୀ, ସିନ୍ଧିଦାତ୍ରୀ ବିଲୁ ବରଣ ପ୍ରଭୃତି ପୂଜା ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ମା’ଙ୍କ ଆଗରେ ସନ୍ଧ୍ୟା ଆଳତୀ ମହାଆଡମ୍ବର ସହ ପାଳିତ ହେଉଥିବା ବେଳେ ଏହି ପୂଜାର ମୁଖ୍ୟ ପୃଷ୍ଠପୋଷକ ଦେବୀପୁତ୍ର ମୁରଲୀ ଭୋଇଙ୍କ ଆଳତୀ ଶ୍ରଦ୍ଧାଳୁଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଦେଉଛି । ଏହାସହ ପ୍ରତ୍ୟହ ତୁଳସୀ ରାମାୟଣ ପଠନ ହେଉଥିବା ବେଳେ ବ୍ୟାସ ଦାୟିତ୍ୱ ନେଇଛନ୍ତି ରାଜେଶ କୁମାର ମିଶ୍ର । ମନୋରଞ୍ଜନ ସକାଶେ ମୀନା ବଜାର ସହିତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ପ୍ରତ୍ୟହ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଦର୍ଶନ କରୁଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ସୁଶିଲ ପାଣ୍ଡେ, ବିମଳା ପଟେଲ, ବୀଣା ବିନ୍ଧାଣୀ, ରବୀନ୍ଦ୍ର ପଟେଲ, ବ୍ରଜ ମୋହନ ବିଶୋଇ, ସରୋଜ ମହାକୁରଙ୍କ ସମେତ ସମସ୍ତ କର୍ମକର୍ତ୍ତା ରହିଛନ୍ତି ।

Leave A Reply

Your email address will not be published.

seventeen − 12 =