p purohi

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଗଞ୍ଜାମ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ବୈଠକ, ନୂତନ କର୍ମକର୍ତ୍ତା ଚୟନ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶନିବାର ଦିନ ଗଞ୍ଜାମ ବ୍ଲକ ହୁମ୍ମା ଏକ୍ସବୋର୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗଞ୍ଜାମ ବ୍ଲକସ୍ତରୀୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପରିସର ଭୁକ୍ତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ କିଛି ଦିନ ଧରି ଅନ୍ତଦ୍ଵନ୍ଦ, ବିଦ୍ୱସ, ବିଶୃଙ୍ଖଳା, ଓ ଅଚଳ ଅବସ୍ଥା ଜାରି ରହିଥିବା ବେଳେ ଏହା ଗତକାଲି ପରିସମାପ୍ତି ଘଟିଛି । ତତ୍‌ ସଙ୍ଗେ ସଙ୍ଗେ ବହୁ ବାଦ ବିବାଦ ଘାଟି ଦୀର୍ଘ ଦିନର ସମସ୍ୟାକୁ ଭୁଲି ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଅୟମାରମ୍ଭ ପୂର୍ବରୁ ବ୍ୟକ୍ତିଗତ ଭାବେ ସଭ୍ୟ/ସଭ୍ୟାମାନେ ମତାମତ ରଖିଥିଲେ । ତତ୍‌ ସହିତ ପ୍ରଶାସନ ଅବହେଳା ବିପକ୍ଷ ସଂଗଠନର ଆଙ୍ଗୁଳି ନିର୍ଦ୍ଦେଶ ସଙ୍ଘକୁ ବଞ୍ଚାଇବା ଏକ କଷ୍ଟକର ବ୍ୟାପାର ଅନୁଭୂତ ହୋଇଥିଲା । କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ନାରାୟଣ ନାୟକ, ଗଞ୍ଜାମ ଜିଲ୍ଲା ସଭାପତି ସାରଥୀ ପାତ୍ର, ଖଲ୍ଲିକୋଟ ବ୍ଲକ ସଂଯୋଜକ ମଧୁ ଚରଣ ସେଠି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିୟୁପିଏସ ଏକ୍ସବୋର୍ଡ ହୁମ୍ମା ସୁଦର୍ଶନ ପରିଡା ପ୍ରମୁଖ ମଞ୍ଚାସୀନ ହୋଇ ନିଜର ମନ୍ତବ୍ୟ ମାଧ୍ୟମରେ ସଂଗଠନ, ସାଙ୍ଗଠନିକ ଆଚାର ବ୍ୟବହାର ସମେତ ଅନେକ ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ ସର୍ବ ସମ୍ମତି କ୍ରମେ ପ୍ରଶାନ୍ତ କୁମାର ବେହେରା (ସଭାପତି), ବାସନ୍ତୀ କୁମାରୀ ସ୍ୱାଇଁ ଓ ରମେଶ ଚନ୍ଦ୍ର ବେହେରା ଉଭୟେ (ଉପସଭାପତି), ଅଭିରାମ ନାୟକ (ସମ୍ପାଦକ), ପ୍ରଦୀପ କୁମାର ଭୁକ୍ତା, ପ୍ରଭାକର ନାହାକ, ବିନିତା କୁମାରୀ ସ୍ୱାଇଁ (ସହ ସମ୍ପାଦକ), ସନାତନ ସ୍ୱାଇଁ, ଜ୍ୟୋସ୍ନା ରାଣୀ ବେହେରା, ସୂର୍ଯ୍ୟ ନାରାୟଣ ନାୟକ(ଗଞ୍ଜାମ ଜିଲ୍ଲା ମେମ୍ବର), ସୁକାନ୍ତ କୁମାର ବେହେରା (କୋଷାଧକ୍ଷ), ଅରୁଣ କୁମାର ଦାସ(ବ୍ଲକ ସଂଯୋଜକ) ପ୍ରମୁଖ ଚୟନ କରାଯାଇ ଉପସ୍ଥିତ ସଭ୍ୟଙ୍କ ନିକଟରେ ଶପଥ ପାଠ କରିଥିଲେ । ପରିଶେଷରେ ରଙ୍କନିଧି ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

nrusinghnath
Leave A Reply

Your email address will not be published.