csstore

ସରସ୍ଵତୀ ବିଦ୍ୟା ମନ୍ଦିରରେ ଦ୍ଵିତୀୟ ଚରଣ ବୃକ୍ଷ ରୋପଣ ଅବସରରେ ଲାଗିଲା ଶହେ ଚାରା

କୁଚିଣ୍ଡା : ଖଣ୍ଡକଟା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଦ୍ଵିତୀୟ ଚରଣ ବୃକ୍ଷ ରୋପଣ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲୀଲୁ ପୃଷେଠ, ଆଚାର୍ଯ୍ୟା ପୁଷ୍ପାଞ୍ଜଳି ପଟେଲଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ରମଣି ନାଏକ, ପୂର୍ବତନ ସମ୍ପାଦକ ରୂପଢାର ସେଠ୍, ସରପଞ୍ଚ କୁନି ଶେଉଳ, ନାଏବ ସରପଞ୍ଚ ରାଜକିଶୋର ସେଠୀ, ଅବସରପ୍ରାପ୍ତ ଶିକ୍ଷିକା ତୁଳସୀ ମଞ୍ଜରୀ ବହିଦାର, ଅବସରପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ଦାସ, ବିଜୟ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସମସ୍ତ ଆଚାର୍ଯ୍ୟ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶତାଧିକ ଚାରା ରୋପଣ କରାଯାଇଥିଲା ।

jayashree
Leave A Reply

Your email address will not be published.