ଉଦ୍ୟାନ ବିଭାଗ କର୍ମଚାରୀଙ୍କ ଅବହେଳା ପାଇଁ ଆଳୁ ଚାଷରୁ ଦୁରେଇ ଯାଉଛନ୍ତି ଚାଷୀ

ଆଗଲପୁର (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ଆଳୁ ଚାଷ ପାଇଁ ବେଶ ପରିଚିତ ବଲାଙ୍ଗୀରର ସମସ୍ତ ୧୪ ଟି ଯାକ ବ୍ଲକ ମଧ୍ୟରୁ ପ୍ରତିବର୍ଷ ଆଗଲପୁର ବ୍ଲକର ବଣ୍ଡାବାହାଲ ରିନବଚନ ବାଗଝୁଲାରେ ବହୁଳ ପରିମାଣରେ ଆଳୁ ଚାଷ ହୋଇଥାଏି । ଗୁଡ଼ିମୁଣ୍ଡା, ନଗରାଜ, ଡୁଡୁକାମୁଣ୍ଡା, ବାବୁପାଲି, ବାଇଗଣଖାରି, ଉପରବାହାଲ, ବୁଦୁଲା, ରେଙ୍ଗାଲି ଭଳି ଅନେକ ଗ୍ରାମାଞ୍ଚଳରେ ପନିପରିବା ଚାଷ କରାଯାଇଥାଏି । ଅନେକ ଲୋକ କୃଷି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତିି । କେନ୍ଦ୍ର ଓ ରାଜ୍ୟସରକାର କୃଷିର ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଟଙ୍କା ଖର୍ଚ୍ଚକରୁଛନ୍ତିି । କୃଷି ଓ ଚାଷୀର ବିକାଶ ପାଇଁ ଆସୁଥିବା ଅର୍ଥ ସୁଷମ ବଣ୍ଟନ କରାଗଲେ ପ୍ରକୁତରେ ଚାଷି ମାନେ ଉପକୃତ ହୋଇପାରନ୍ତେି । କିନ୍ତୁ ଆଗଲପୁର ବ୍ଲକରେ ସରକାରୀ ଯୋଜନା ପ୍ରହସନ ପାଲଟିଛିି । ଦିନଥିଲା ଅଞ୍ଚଳର ଅନେକ ଚାଷୀ ଉତ୍ପାଦିତ ଆଳୁ ଓ ଅନେକ ପନିପରିବାକୁ କଟକ ଭୁବନେଶ୍ୱର ଭଦ୍ରକ ବ୍ରହ୍ମପୁର ଭଳି ସହର ମାନଙ୍କୁ ରପ୍ତାନି କରି ଚାଷୀ ମାନେ ବେଶ ଲାଭାନ୍ୱିତ ହେଉଥିଲେି । କୃଷି କର୍ମଚାରୀ ମାନଙ୍କ ବୈମାତୁକୁ ମନୋଭାବ ଯୋଗୁ ଚାଷୀ ସରକାରଙ୍କ ସୁବିଧା ଓ ସହାୟତା ପାଇବାରୁ ବଞ୍ଚିତି । ସେହିପରି ସରକାରୀ ସ୍ତରରେ ଦିଆଯାଉଥିବା ରିହାତି ନୁଆ କୃଷି ଜ୍ଞାନ କୌଶଳ ସମ୍ପର୍କରେ ବି ଅଜଣା ଆଳୁ ଚାଷ ପାଇଁ ଚାଷି ମାନଙ୍କୁ ରିହାତି ମୂଲ୍ୟରେ ବିହନ ସାର କୀଟନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛିି । କିନ୍ତୁ ଆଗଲପୁର ବ୍ଲକରେ ଚାଷିମାନେ ଯେଉଁ ସାହାଯ୍ୟ ପାଇବା କଥା ତାହା ପାଉନଥିବାରୁ ଆଳୁ ଚାଷରୁ ମୁହଁ ମୋଡୁଛନ୍ତିି । କୃଷି କର୍ମଚାରୀ କ୍ଷେତ୍ର ପରିଦର୍ଶନ କରି କେଉଁ ପଞ୍ଚାୟତରେ କେତେ ଆଳୁ ଚାଷ ହୋଇଥିଲା ଓ ଏହି ବର୍ଷ କେତେ ଚାଷି ଆଳୁ ଚାଷ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି, ତାର ରିପୋର୍ଟ ଜିଲ୍ଲାସ୍ତରୀୟ କୃଷି ବିଭାଗ କୁ ଦେବାର ନିୟମ ରହିଛିି । କିନ୍ତୁ କୃଷି କର୍ମଚାରୀ କ୍ଷେତ୍ର ପରିଦର୍ଶନ ପାଇଁ ଯାଉ ନାହାନ୍ତିି । ବ୍ଲକ କାର୍ୟ୍ୟାଳୟରେ ବସି ଫାଇଲ ଚାଷ କରୁଥିବା ଅଭିଯୋଗ ହେଉଛିି । ସେହିପରି ଆଗଲପୁର ବ୍ଲକରେ କାହାକୁ ନିଯୁକ୍ତି ଦିଆଯାଇଛି ନା ନାହିଁ କୌଣସି ଚାଷୀ ଜାଣିପାରୁନାହାନ୍ତିି । ଲୋଇସିଂହା ବ୍ଲକ କୃଷି କାର୍ୟ୍ୟାଳୟରେ କାର୍ୟ୍ୟରତ ଥିବା ଉଦ୍ୟାନ ବିଭାଗର କର୍ମଚାରୀ ଆଗଲପୁର ବ୍ଲକ ଦାୟିତ୍ୱ ରେ ଅଛନ୍ତିି । ଏପରି ସ୍ଥିତିରେ କ୍ଷେତ୍ର ପରିଦର୍ଶନ ନ କରି କେବଳ ବ୍ଲକକୁ ଆସି ମନଇଚ୍ଛା ରିପୋର୍ଟ ପ୍ରସ୍ତୁତ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତିି । ଦୁଇ ତିନି ବର୍ଷ ହେଲାଣି ଡୁଡୁକା ଓ ଫାସଡ ମଝିରେ ଉଦ୍ୟାନ ବିଭାଗର କାର୍ୟ୍ୟାଳୟ ନିର୍ମାଣ ହୋଇଛିି । ହେଲେ ଚାଷି ମାନେ ଯେତେବେଳେ ଗଲେ ତାଲା ଝୁଲୁଛିି । ସରକାର ତୁରନ୍ତ ଧ୍ୟାନ ଦେଇ କେଉଁ ଗ୍ରାମରେ କିପ୍ରକାର ଚାଷ କରାଯାଇଛି ତାର ସଠିକ ଆକଳନ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ଚାଷି ମାନେ ଦାବି କରୁଛନ୍ତିି ।

Leave A Reply

Your email address will not be published.