ରାସ୍ତା ଅବରୋଧ କଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ସୋନପୁର ରାସ୍ତାର ମଲମୁଣ୍ଡା ଛକଠାରେ ପୁଇଁନ୍ତଲା ଚାଷୀ ସଂଗଠନ ତରଫରୁ ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ପ୍ରତ୍ୟୁଷରୁ ସମସ୍ତ ଦଳର କର୍ମକର୍ତ୍ତା ମାନେ ଚାଷୀର ହକ୍‌କୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । କଂଗ୍ରେସ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସାନନ୍ଦ ମିଶ୍ର, ଦେବୀଲାଲ ମିଶ୍ର, ଭରତ ଭୂଷଣ ପ୍ରଧାନ ପ୍ରମୁଖ ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିବା କୁହାଯାଇଛି ।

Leave A Reply

Your email address will not be published.

eight + 14 =

error: Content is protected !!