csstore

ରିନବଚନ୍ ଛକ ପିଏଚ୍‌ଡି ପଛପଟେ ଟ୍ରାନ୍ସଫର୍ମର ଚୋରି

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ରିନବଚନ୍‌ ଭାଇବ୍ସ୍ ହୋଟେଲ ପିଏଚ୍‌ଡି ପଛପଟେ ଡୁଙ୍ଗୁରିପାଲି ଫିଡର୍‌ର ୧୦୦ କେଭି ପାୱାର ଟ୍ରାନ୍ସଫର୍ମରକୁ ଖୋଲି ତା ଭିତରେ ଥିବା ମୂଲ୍ୟବାନ ଜିନିଷ କୋଏଲ ଏବଂ ବିଭିନ୍ନ ସାମଗ୍ରୀ ସବୁ କିଛି ଦୁର୍ବୃତ୍ତ ଗତ ରାତିରେ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏକ ଟାଟା ଏସି ସାହାଯ୍ୟରେ ପାୱାର ଟ୍ରାନ୍ସଫର୍ମରକୁ ନେଇଥିବା ପାଖ ସିସିଟିଭି କ୍ୟାମେରାରୁ ଜଣାପଡିଛି । ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ଏହାକୁ ରକ୍ଷଣା ବେକ୍ଷଣ କରୁଥିବା ବେଳେ କର୍ତ୍ତୃପକ୍ଷ ଖବର ପାଇ ସଦରଥାନାରେ ଏକ ଅଭିଯୋଗ କରିଥିଲେ । ଖବର ପାଇ ତୁରନ୍ତ ଏଏସ୍ଆଇ ରଂଜିତ ପ୍ରଧାନଙ୍କ ସହ ଟିମ୍‌ ତଦନ୍ତ ଜାରି ରଖିଛନ୍ତି । ଚୋରକୁ ଶୀଘ୍ର ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

jayashree
Leave A Reply

Your email address will not be published.