pakka

ଗୁଡଭେଲା ସମ୍ଵାଦ ସାହିତ୍ୟର ଆନୁକୂଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ଶନିବାର ଅପରାହ୍ନରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ପରିସରରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ନେତୃତ୍ୱରେ ଅଁଳା, କରଞ୍ଜ, ନିମ୍ବ, ତେନ୍ତୁଳି, ଆମ୍ବ ପ୍ରଭୃତି ୧୧୦ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗପତି ତଥା ସମାଜସେବୀ ବିଭୋର କେଡିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରିଥିଲେ । କବି ପ୍ରହଲ୍ଲାଦ ଦଣ୍ଡସେନା, ଭକ୍ତ ବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା, କ୍ଷୀରେଶ୍ଵର ଦଳବେହେରା, ଗଗନ ସୁନା, ମିକୁ ମହାନନ୍ଦ, କୈଳାସ ମେହେର, ଶୁଭମ ଦଣ୍ଡସେନା, ବିପ୍ରଜିତ ମହାରଣା, ପ୍ରମୁଖ ଚାରା ରୋପଣ କରିଥିଲେ । ଶେଷରେ ସମ୍ବାଦ ସାହିତ୍ୟଘର ଗୁଡଭେଲାର ସଂଯୋଜକ ତଥା ସମ୍ବାଦ ପ୍ରତିନିଧି ସୁନୀଲ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

10 + 15 =

error: Content is protected !!