csstore

ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ ଓ ପୋଷାକ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର ଖଟୁଆ କୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ଅଭିଭାବକ ସମ୍ମିଳନୀ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ମହାଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ବେହେରା, ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ, ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, ସିଆର୍‌ସିସି ସୁରେନ୍ଦ୍ର ସେଠୀ, ଧନୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଏବିଇଓ ବେହେରାଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍କୁଲର ସମସ୍ତ ଛାତ୍ରୀଛାତ୍ରଙ୍କୁ ପୋଷାକ, ବୁଟ୍‌ ଆଦି ପ୍ରଦାନ କରାଯାଇଥିଲା । ସହକାରୀ ଶିକ୍ଷକ ଦିବ୍ୟସିଂହ ପଲାଇ, ସ୍ୱପ୍ନାରାଣୀ ପଲାଇ, ଶିକ୍ଷକ ରଘୁନାଥ ସାହୁ, ୱାର୍ଡ ସଭ୍ୟ ସମ୍ବରିଆ ସାହୁ, ପ୍ରମୋଦ ପ୍ରଧାନ, ବିପ୍ର ଚରଣ ସାହୁ, ଅଜୟ ପ୍ରଧାନ, ବିଷ ସାହୁ, ବଳିଆ ତରାଇ, ଟୁକୁନା ସାହୁ, ରଂଜିତ ସାହୁ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ । ଏହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଜଣେ ଶିକ୍ଷକଙ୍କ ଆବଶ୍ୟକ ଥିବା କମିଟି ଏବିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଖୁବ୍‌ ଶୀଘ୍ର ଶିକ୍ଷକ ନିଯୁକ୍ତ କରାଯିବ ବୋଲି ଏବିଇଓ ଶ୍ରୀ ବେହେରା ପ୍ରତିଶୃତି ଦେଇଛନ୍ତି ।

jayashree
Leave A Reply

Your email address will not be published.