ଚଣ୍ତୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ନିକଟସ୍ଥ ରଶେଶ୍ବର ରାମଚଣ୍ତୀ ମନ୍ଦିର ପରିସରରେ ମା ଚଣ୍ତୀଙ୍କର ପୂଜା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ କେଶବ ଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ମମତା ସାହୁ ଦାୟିତ୍ୱ ତୁଲାଇ ଥିଲେ । ପଣ୍ଡିତ ପ୍ରେମାନନ୍ଦ ଦେବତା ଓ ଯଯାତି କେଶରୀ ଦେବତା ପୂଜା କାର୍ୟ୍ୟ, କଳସାଧିବାସ, କଳସ ସ୍ଥାପନ, ବିଲ୍ଦ ବରଣ, ଚଣ୍ତୀପାଠ ହୋମ, ଆଳତୀ କରି ପୂଜା ସମାପନ କରିଥିଲେ । ପାଇକମାଲ ଅଞ୍ଚଳର କୁଲତା ସମାଜର ଅନେକ ମା ଭଉଣୀ ଓ ମନ୍ଦିର କମିଟିର ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.